ଏ.କେ ବ୍ୟୁରୋ :ସାମାଜିକ ସୁରକ୍ଷା ପାଇଁ କୀଟନାଶକ ଧରି ପହଁଚିଲେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ବାପା ଦାଦାଙ୍କ ଅମଳରୁ ଚାଷ କରି ଆସୁଥିଲେ ସରକାରୀ ଜମିରେ I କିନ୍ତୁ କିଛି ବର୍ଷ ହେଲା ଜମିକୁ ଜର ଜବରଦସ୍ତି ନେଇ ଯିବାକୁ ଚାହୁଁଛନ୍ତି କିଛି ଲୋକ I ଏହାକୁ ବିରୋଧ କରିଲେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଉଛି I ତେବେ ନିର୍ଯ୍ୟାତନା ଅସହ୍ୟ ହେବାରୁ ଏନେଇ ପ୍ରଶାସନଠୁ ଆରମ୍ଭ କରି ପୁଲିସକୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି I ବରଂ ଦିନକୁ ଦିନ ଧମକ ଓ ଆକ୍ରମଣ ବଢୁଛି I

ଏନେଇ ପୂର୍ବ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ବି ସମସ୍ୟାର ସମାଧାନ ହୋଇନାହିଁ I ଆଜି ହତୋତ୍ସାହ ହୋଇ ଉକ୍ତ ପରିବାର ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କୀଟନାଶକ ଧରି ପହଞ୍ଚି ଥିଲେ I ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜି ରାୟଗଡା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ I ନ୍ୟାୟ ନ ମିଳିଲେ କୀଟନାଶକ ପିଇ ଜୀବନ ହାରିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ରାୟଗଡା ବ୍ଲକ ଜମାଦେଇପେଣ୍ଠ ଗ୍ରାମର ୱାଇ ଗୋଙ୍ଗୁଲୁ I ବର୍ଷ ବର୍ଷ ଧରି ପ୍ରଶାସନ ତାଙ୍କ ଅଭିଯୋଗକୁ ଦୃଷ୍ଟି ନଦେଉ ନଥିବା ଓ ଧମକ ବଢ଼ୁଥିବାରୁ ଆଜି ପୁରା ପରିବାର ଏଇଠି ଜୀବନ ହIରିଦେବୁ ବୋଲି କହିଛନ୍ତି I ତେବେ ଏହି ଘଟଣା ରାୟଗଡ଼ାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I କିଛି ଜମି ମାଫିଆ ଜମି ହଡପ କରିବାକୁ ଯୋଜନା କରି ଏଭଳି କରୁଥିବା ଅଭିଯୋଗ କରିଛନ୍ତି ପୀଡିତ ଗୋଙ୍ଗୁଲୁ I ଏପରିକି ତାଙ୍କ ପରିବାରକୁ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପରିବାର I ତେଣୁ ଉଚିତ୍ ନ୍ୟାୟ ପାଇଁ ଦାବି କରିଛନ୍ତି।






