ଏ.କେ ବ୍ୟୁରୋ : ବୁଗୁଡ଼ା ଅବକାରୀ ଥାନା ଅନ୍ତର୍ଗତ ଗୋଲିଆ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୦ ଲିଟର ଦେଶୀ ମଦ ଜବତ କରାଯାଇଛି ଏବଂ ଏଥି ସହ ୨ ଜଣ ଆସାମୀ ଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରାଯାଇଥିବା ଜଣା ପଡିଛି। ଗିରଫ ୨ ଅଭିଯୁକ୍ତ ହେଲେ ଗୋଳିଆ ଗ୍ରାମ ର ରବୀନ୍ଦ୍ର ସାହୁ ଓଃ ପ୍ରତାପ ପ୍ରଧାନ ।

ଏନେଇ ଅବକାରୀ ଥାନା ରେ ଉଭୟ ଙ୍କ ବିରୋଧ ରେ ୯୨ ଓ ୯୩/୨୬-୨୭ ରେ ଦୁଇ ଗୋଟି ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି ଙ୍କ ଠାରୁ ସୂଚନା ମିଳିଛ । ଗୋଲିଆ ଗାଁ ରାସ୍ତା ରେ ଦେଶୀ ମଦ ଧରି ଯାଉଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯୁକ୍ତ ରବୀନ୍ଦ୍ର ଙ୍କ ଠାରୁ ୨୮ ଲିଟର ଓ ପ୍ରତାପ ଙ୍କ ଠାରୁ ୨୨ ଲିଟର ବେଆଇନ୍ ଦେଶୀ ମଦ ଜବତ ଜବତ କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉ ରେ କନେଷ୍ଟବଲ ସୁବଳ ପ୍ରଧାନ, କାମନା କୁମାର ବେହେରା କୃଷ୍ଣ ଚନ୍ଦ୍ର ସେଠି ଓ କାହ୍ନୁ ଚରଣ ନାହାକ ସାମିଲ୍ ନଥିଲେ । ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର ।






