ଏ.କେ ବ୍ୟୁରୋ : ବୌଦ୍ଧ ଟାଉନ ହଲ୍ ଠାରେ ପ୍ରଣାମ ନୃତ୍ୟାନୁଷ୍ଠାନ୍ ,ବ୍ରାଇଟ୍ମାଇଣ୍ଡସ୍ ଡାଇମେନ୍ସନ୍ ସ୍କୁଲ, ଡି ସି ବି ବ୍ୟାଙ୍କ ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫେସନ୍ ଶୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏକଦିବାସୀୟ ଏହି ରାଜ୍ୟ ସ୍ତରୀୟ ଫେସନ୍ ଶୋ ପ୍ରତିଯୋଗିତା ଯାହାକି ବୌଦ୍ଧ ଭାଇବ୍ ନାଁରେ ନାମିତ କରାଯାଇଥିଲା । ସବ ଜୁନିଅର୍, ଜୁନିଅର୍ ,ସିନିଅର୍ ବର୍ଗରେ ରାଜ୍ୟର ୧୫ ଟି ଜିଲାରୁ ୨୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
ଉଦ୍ଘାଟନୀ ସମାରୋହରେ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ବ୍ରାଇଟ୍ମାଇଣ୍ଡସ୍ ଡାଇମେନ୍ସନ୍ ସ୍କୁଲ୍ ନିର୍ଦ୍ଦେଶକ ବିନୟ କରଡ଼ିଆ, ଡିସିବି ବ୍ୟାଙ୍କ ମ୍ୟାନେଜର ଭାସ୍କର ଆଚାର୍ଯ୍ୟ, ପ୍ରଣାମ ନୃତ୍ୟାନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ଉପସଭାପତି ଗୀତାଞ୍ଜଳି ସାହୁ ଏବଂ ନୀତିଶ ସିହ୍ନା, ସମାଜସେବୀ ଲୀଳାବତୀ ବେହେରାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଥିଲା । କୁଳମଣି ମେହେର ଓ ଶ୍ରଦ୍ଧାଞ୍ଜଳି ସାହୁ ସୁନ୍ଦର ମଞ୍ଚ ପରିଚାଳନା କରିଥିଲେ । ବିଚାରକମଣ୍ଡଳୀରେ ସମ୍ବଲ ସୁନ୍ଦରୀ ଶ୍ରଦ୍ଧା ପ୍ରଧାନ ମଡେଲ୍ ଓ କଣ୍ଟେଣ୍ଟ କ୍ରିଏଟର୍,ସମ୍ବଲପୁର, ରିଙ୍କୁ ସାହୁ, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଫ୍ୟାଶନ୍ ଡିଜାଇନର୍, ଭୁବନେଶ୍ୱର, ସୂରଜ ପାଣିଗ୍ରାହୀ କୋରିଓଗ୍ରାଫର୍ ଏବଂ ମଡେଲ୍ ବଲାଙ୍ଗୀର, ସାହାବାଜ୍ ଖାନା ଫ୍ୟାଶନ୍ ୱିକ୍ର ନିର୍ଦ୍ଦେଶକ ଝାରସୁଗୁଡ଼ା, ଗୁଡ୍ଡୁ ଆଚାର୍ଯ୍ୟ, ବଲିଉଡ ମେକପ କଳାକାର ଏବଂ ମଡେଲ, ସାଇ ଇନ୍ଦୁ ପଟେଲ୍ ମଡେଲ୍ ଓ ମିଡିଆ ଚଏସ୍ ମିସ୍ ଇଣ୍ଡିଆ- ୨୦୨୨ ସାନିଆ ସାହୁ, ଗ୍ରୁମିଂ ଏକ୍ସପର୍ଟ ଏବଂ ସୋମନାଥ ଓ ସୁଶୋଭିତା ଗୁରୁ ଫ୍ୟାଶନ୍ ଶୋ ର ଆଙ୍କର୍ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
ବିଶେଷ ଆକର୍ଷଣୀୟ ଏହି ରାଜ୍ୟ ସ୍ତରୀୟ ଫେସନ ଶୋ ପ୍ରତିଯୋଗିତାରେ ସିନିୟର ବର୍ଗ ବିଜେତା ପ୍ରଲେଶ ଦାସ, ଝାରସୁଗୁଡ଼ାଙ୍କୁ ₹୨୦,୦୦୦/- ଓ ଉପବିଜେତା ମିନତୀ କଲ୍ଲୋ, ବନ୍ଧବାହାଲ, ଝାରସୁଗୁଡ଼ାଙ୍କୁ ₹୧୦,୦୦୦/-, ଜୁନିୟର ବର୍ଗ ବିଜେତା ସିମ୍ରନ ସାହୁ, ଭବାନୀପାଟଣାଙ୍କୁ ₹୧୦,୦୦୦/- ଓ ଉପବିଜେତା: ବିଦ୍ୟାଙ୍କା ବେହେରା, ରାଉରକେଲାଙ୍କୁ ₹୬,୦୦୦/- ନଗଦ ପୁରସ୍କାର ପ୍ରଦାନ ପୂର୍ବକ ବିଜୟ ମୁକୁଟ ଓ ବିଜୟ ପଟି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା
ପ୍ରଣାମର ସଂସ୍ଥାପିକା ଶ୍ରୀମତୀ ସୁକାନ୍ତି ସିଂ, ଭାସ୍କର ଆଚାର୍ଯ୍ୟ, ଲୀଳାବତୀ ବେହେରା ପ୍ରମୁଖ ସମସ୍ତ ସମ୍ମାନୀୟ ବିଚାରକ ଓ ଅନୁଦାନ ଦାତା ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଏହା ସହିତ କଣ୍ଟେଣ୍ଟ କ୍ରିଏଟର, ପ୍ରଣାମ ନୃତ୍ୟାନୁଷ୍ଠାନର ସମସ୍ତ ସହଯୋଗୀ, ଗୁରୁ ଏବଂ ଏବିଭିପିର କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଣାମ ନୃତ୍ୟାନୁଷ୍ଠାନ ଓ ବ୍ରାଇଟ ମାଇଣ୍ଡ ଡାଇମେନ୍ସନ୍ ସ୍କୁଲର ପ୍ରାୟ ୧୫୦ ଜଣ ଅଂଶଗ୍ରହଣକାରୀ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଦର୍ଶକ ମହଲରେ ବେଶ ଉଚ୍ଚ ପ୍ରଶଂସିତ ହୋଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିବା ସମସ୍ତ ସଂସ୍ଥା,ଅନୁଷ୍ଠାନ ,ବ୍ୟକ୍ତି ବିଶେଷଙ୍କୁ ଆୟୋଜକ ଗୁରୁ ପ୍ରଶାନ୍ତ କୁମାର ଭାଇନା ଧନ୍ୟବାଦ ପ୍ରଦାନ କରିଥିଲେ ।ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






