ଏ.କେ ବ୍ୟୁରୋ : ପାଳଲହଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବେଡ଼ା ଓ ନମପଶି ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନମପଶି ପଞ୍ଚାୟତ ଜମରା ଛକଠାରୁ ଝାରବେଡ଼ା ପଞ୍ଚାୟତ ଜାମ୍ବୁ ଆ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ବିଜୁ ଜନତା ଦଳର କାର୍ଯ୍ୟକର୍ତା ଓ କର୍ମୀ ଏଥିରେ ସାମିଲ୍ ହୋଇ ବିଜେଡି ସରକାରର ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ବର୍ଷ ମାନର ଡବଲ ଇଂଜିନ୍ ସରକାରକୁ ସମାଲୋଚନା କରିଥିଲେ। ପୂର୍ବତନ ବିଧାୟକ ମୁକେଶ କୁ ମାର ପାଳଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସମିତି ଅଧ୍ଯକ୍ଷା ରୀନାରାଣୀ ନାଏକ, ଜିଲ୍ଲାପରିଷଦ ସଭ୍ୟା ସାବିତ୍ରୀ ମାଝୀ, ବିଜେଡି ବ୍ଳକ ସଭାପତି ରଞ୍ଜିତ କୁ ମାର ବିଶ୍ଵାଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନବକିଶୋର ନାଏକ, ଝାରବେଡ଼ା ସରପଞ୍ଚ ଶିବାନୀ ନାୟକଙ୍କ ସମେତ ଦୁଇ ପଞ୍ଚାୟତ ସଭାପତି, ସମ୍ପାଦକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ! ଅନୁଗୋଳ ରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବରଙ୍କ ରିପୋର୍ଟ ଆପଣଙ୍କ ଖବର






