ଏ.କେ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରେ ଚୋରି ଘଟଣାକୁ ନେଇ ଏକ ବଡ଼ ସଫଳତା ହାସଲ କରିଛି ଖୋର୍ଦ୍ଧା ପୋଲିସ। ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳରେ ଚୋରି କରୁଥିବା ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗକୁ ଠାବ କରିଛି ପୋଲିସ। ପୋଲିସର ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ ସହ ଜଡ଼ିତ ୧୫ଟି ଚୋରି ମାମଲାର ପର୍ଦ୍ଦାଫାଶ ହୋଇଥିବାବେଳେ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଗିରଫ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୫୦୦ ଗ୍ରାମ ସୁନା ଅଳଙ୍କାର ଏବଂ ୧୧ କିଲୋଗ୍ରାମ ରୂପା ଅଳଙ୍କାର ଜବତ କରିଛି ପୋଲିସ।
ପୋଲିସ ପକ୍ଷରୁ ଚିହ୍ନଟ ହୋଇଥିବା ୧୫ଟି ମାମଲା ମଧ୍ୟରୁ ଟାଙ୍ଗୀ ଥାନା ଅଞ୍ଚଳରେ ୭ଟି, ନାଚୁଣୀ ଥାନା ଅଞ୍ଚଳରେ ୩ଟି, ବାଣପୁର ଥାନା ଅଞ୍ଚଳରେ ୨ଟି, ବାଲୁଗାଁ ଥାନା ଅଞ୍ଚଳରେ ୧ଟି ଏବଂ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅଞ୍ଚଳରେ ୨ଟି ଚୋରି ମାମଲା ରହିଛି। ଅର୍ଥାତ୍ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ସହ ପଡ଼ୋଶୀ ନୟାଗଡ଼ ଜିଲ୍ଲାରେ ମଧ୍ୟ ଏହି ଗ୍ୟାଙ୍ଗର ଚୋରି ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ୧୧ ଜଣ ଚୋରି ଅଭିଯୋଗରେ ଅଭିଯୁକ୍ତ ଏବଂ ଜଣେ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ ହୋଇଛନ୍ତି।
ସେମାନଙ୍କ ମଧ୍ୟରେ ଗିରଫ ହୋଇଥିବା ୧୨ ଜଣ ଅଭିଯୁକ୍ତ (୧୧ ଜଣ):*
୧. ରାଜୁ ପ୍ରଧାନ – ପିତା: ଶ୍ରୀମନ୍ତ ପ୍ରଧାନ – କୁହୁଡି, ଚୁଆଟାଙ୍ଗୀ, ଥାନା ଟାଙ୍ଗୀ, ଜିଲ୍ଲା ଖୋର୍ଦ୍ଧା
୨. ଜଳନ୍ଧର ପାତ୍ର, ୪୦ ବର୍ଷ – ପିତା: ରାମ ପାତ୍ର – ତରାସିଙ୍ଗୀ, ଥାନା ତରାସିଙ୍ଗୀ, ଜିଲ୍ଲା ଗଞ୍ଜାମ
୩. ଶିବ ପାତ୍ର, ୨୧ ବର୍ଷ – ପିତା: ଜଳନ୍ଧର ପାତ୍ର – ତରାସିଙ୍ଗୀ, ଥାନା ତରାସିଙ୍ଗୀ, ଜିଲ୍ଲା ଗଞ୍ଜାମ
୪. ସାଗର ପାତ୍ର, ୨୨ ବର୍ଷ – ପିତା: ବିଶ୍ୱ ପାତ୍ର – ତରାସିଙ୍ଗୀ, ଥାନା ତରାସିଙ୍ଗୀ, ଜିଲ୍ଲା ଗଞ୍ଜାମ
୫. କାହ୍ନା ଶିକାରୀ, ୧୮ ବର୍ଷ – ପିତା: ରାଜୁ ଶିକାରୀ – ଦୀନବନ୍ଧୁପୁର, ଥାନା ବାଲୁଗାଁ, ଜିଲ୍ଲା ଖୋର୍ଦ୍ଧା
୬. ଗୋପାଳ ଶିକାରୀ, ୪୫ ବର୍ଷ – ପିତା: ନରସିଂହ ଶିକାରୀ – ଜିଗିଡିପଡା, ଥାନା ବାଣପୁର, ଜିଲ୍ଲା ଖୋର୍ଦ୍ଧା
୭. ତୋଫାନ ଶିକାରୀ, ୨୨ ବର୍ଷ – ପିତା: ଗୋପାଳ ଶିକାରୀ – କୁହୁଡି, ଚୁଆଟାଙ୍ଗୀ, ଥାନା ଟାଙ୍ଗୀ, ଜିଲ୍ଲା ଖୋର୍ଦ୍ଧା
୮. ବାନି @ ବାନୀ ପ୍ରଧାନ, ୧୮ ବର୍ଷ – ପିତା: ଗୋପାଳ ଶିକାରୀ – କୁହୁଡି, ଚୁଆଟାଙ୍ଗୀ, ଥାନା ଟାଙ୍ଗୀ, ଜିଲ୍ଲା ଖୋର୍ଦ୍ଧା
୯. ଅଜୟ ପ୍ରଧାନ, ୨୧ ବର୍ଷ – ପିତା: ବିକ୍ରମ ପ୍ରଧାନ – କରଡାପଲ୍ଲୀ, ଥାନା ନାଚୁଣୀ, ଜିଲ୍ଲା ଖୋର୍ଦ୍ଧା
୧୦. ସଞ୍ଜୟ ପ୍ରଧାନ, ୨୩ ବର୍ଷ – ପିତା: ବିଜୟ ପ୍ରଧାନ – ତୋଟାଗାଁ, ଥାନା ନାଚୁଣୀ, ଜିଲ୍ଲା ଖୋର୍ଦ୍ଧା
୧୧. ଏନ. ରାଜେଶ – ପିତା: ଏନ. ରବି – ବାନ୍ଧଗ୍ରାମ, ବାଲଙ୍ଗା, ଜିଲ୍ଲା ପୁରୀ
ଚୋରି ମାଲ କ୍ରେତା (୧ ଜଣ):
୧୨. ପ୍ରକାଶ ସାହୁ, ୪୧ ବର୍ଷ – ପିତା: ବଉରୀବନ୍ଧୁ ସାହୁ – ବଡପଦର, ଥାନା ନାଚୁଣୀ, ଜିଲ୍ଲା ଖୋର୍ଦ୍ଧା
ଗିରଫ ବ୍ୟକ୍ତିମାନେ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ ରହିଛି। ଖୋର୍ଦ୍ଧା ଏସ୍ପି ଶ୍ରୀ ପର୍ମାର ସ୍ମିତ ପର୍ଶୋତ୍ତମଦାସ, IPSଙ୍କ ନିର୍ଦ୍ଦେଶରେ ଏବଂ ବାଲୁଗାଁ SDPO ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ୍ କରାଯାଇଥିଲା। ଏଥିରେ ନାଚୁଣୀ IIC ବିଭୂତି ଭୂଷଣ ମହାପାତ୍ର, ଟାଙ୍ଗୀ IIC ରବୀନ୍ଦ୍ର କୁମାର ଭୂଜବଳ, ବାଣପୁର IIC ଜୟପ୍ରକାଶ ପରିଡ଼ା ଏବଂ ବାଲୁଗାଁ IIC ଶ୍ରଦ୍ଧା ନାୟକଙ୍କ ସମେତ ପୋଲିସ ଟିମ୍ ସାମିଲ ଥିଲେ। ତେବେ ଏହି ଗ୍ୟାଙ୍ଗର ଅନ୍ୟ କେଉଁ କେଉଁ ଚୋରି ଘଟଣାରେ ସମ୍ପୃକ୍ତି ରହିଛି, ଆଉ କେତେ ସମ୍ପତ୍ତି ଚୋରି ହୋଇଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି। ଖୋର୍ଦ୍ଧା ପୋଲିସର ଏହି ସଫଳତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏହାକୁ ଭୁରି ପ୍ରଶଂସା କରାଯାଇଛି।
ଖୋର୍ଦ୍ଧାରୁ ସଂଗ୍ରାମ ରଣାଙ୍କ ରିପୋର୍ଟ ଆପଣଙ୍କ ଖବର






