କଟକ: କ୍ୟାନ୍ସର ହେଲପିଙ୍ଗ ୱିଙ୍ଗ୍ସ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଗରିବ କ୍ୟାନ୍ସର ରୋଗୀଙ୍କୁ ଶୀତର ପ୍ରକୋପରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରାଯାଇଛି। ସଂଗଠନର ସଭାପତି ଶଙ୍କର୍ଷଣ ଜେନାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ କମ୍ବଳ ଗରିବ ରୋଗୀଙ୍କୁ ବଣ୍ଟନ କରାଯାଇଥିଲା।
ଏହି ସଂଗଠନ କେବଳ କମ୍ବଳ ବଣ୍ଟନ କରିଛି ତା ନୁହେଁ ବରଂ ବିଭିନ୍ନ ସମୟରେ ଫଳ ବଣ୍ଟନ, ରୋଗୀ ଙ୍କ ଆବଶ୍ୟକ ହେଉଥିବା ରକ୍ତ, କହିବାକୁ ଗଲେ ଆର୍ଥିକ ସାହାଯ୍ୟ ମଧ୍ୟ କରାଯାଇଥାଏ।
ବରିଷ୍ଠ ସଦସ୍ୟ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭ ପରେ ସଂଗଠନର ସମ୍ପାଦିକା ରଶ୍ମିରେଖା ପାତ୍ର, ଉପସଭାପତି ପ୍ରଦୀପ ପଣ୍ଡା, କୋଷାଧ୍ୟକ୍ଷ ଅରବିନ୍ଦ ସାହୁ, ସହସମ୍ପାଦକ ସତ୍ୟଜିତ ସାହୁ, ଆମ ସଂଗଠନର ବରିଷ୍ଠ ସଦସ୍ୟ ବଂଶୀଧର ସାହୁ, ମହେଶ୍ୱର ଜେନା, ଅମର ପାତ୍ର, ଚିତ୍ରସେନ ମାହାନ୍ତ, ପ୍ରଦୀପ ସାହୁ, ବନମାଳି ସାହୁ, ଡକ୍ଟର ମଦନ ମହନ ମହାପାତ୍ର, ଶ୍ରୀରାମ ସାହୁ, ଅବସରପ୍ରାପ୍ତ ସେନା କର୍ମଚାରୀ ସନ୍ତୋଷ ସ୍ୱାଇଁ, ରାଜେନ୍ଦ୍ର ସାହୁ, ସୁଶ୍ରୀ ଅନ୍ୱେଷା, ସୁଶ୍ରୀ ପ୍ରତୀକ୍ଷା, ମଞ୍ଜରୀବାଳା ଜେନା, ସୁମିତ୍ରା ତ୍ରିପାଠୀ, ପ୍ରାର୍ଥନା ଦାସ, ଅନୁଭବ ପାତ୍ର, ବିଶ୍ୱଜିତ ରାଉତ, ଅନନ୍ତ ଚରଣ ସାହୁ, ପ୍ରଦ୍ୟୁମ୍ନ ପଣ୍ଡା, ବିଷ୍ଣୁପ୍ରସାଦ ସାହୁ, ପ୍ରଭାସିନୀ ସାହୁ, ରାଜା ବାବୁ, କୋଦଣ୍ଡ ସାର, ତପନ ସାର, ନୃସିଂହ ଜେନା, ଦୀପକ ସାହୁ ଓ ସୁଦୂର ମୟୂରଭଞ୍ଜରୁ ଆସିଥିବା ବାବୁରାମ ସାର ପ୍ରମୁଖ ଉପସ୍ଥିତ ଥିଲେ।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଥିବା ଅନେକ ରୋଗୀ ଙ୍କ କହିବା କଥା ହେଲା ଏହି କ୍ୟାନ୍ସର ହେଲପିଂ ୱିଙ୍ଗସ କ୍ୟାନ୍ସର ରୋଗୀଙ୍କ ସାହାରା ପାଲଟିଛି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






