ଏ.କେ ବ୍ୟୁରୋ : ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ର କନ୍ଦରପୁର ନୋଡାଲ ଉପ୍ରା ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ବୁଧବାର ଦିନ ଗଠନ ହୋଇଅଛି। ଏହି ବିଦ୍ୟାଳୟର ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଶିଷ୍ଠ ଏହି ବିଦ୍ୟାଳୟର ପରିଚାଳନା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ଅଭିଭାବକ ଙ୍କ ମଧ୍ୟରୁ ୧୫ ଜଣ ଙ୍କୁ ନିର୍ବାଚନ କରାଯାଇଥିଲା ଏବଂ ସମ୍ପୃକ୍ତ ୱାର୍ଡ ସଭ୍ୟ, ଆଙ୍ଗନବାଡି କର୍ମୀ, ଆଶା କର୍ମୀ, ବରିଷ୍ଠ ଶିକ୍ଷକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଭଲି ଆଉ ୫ ଜଣଙ୍କୁ ନେଇ ମୋଟ ଉପରେ ୨୦ ଜଣିଆ କମିଟି ଗଠନ କରାଯାଇଛି।

ଅଭିଭାବକ ମାନଙ୍କ ମଧ୍ୟରୁ ନବନିର୍ବାଚିତ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ସେଠି, ଉପାଧ୍ୟକ୍ଷ୍ୟ ଭାବେ ସୁଲୋଚନା ରଣା ଏବଂ ସଦସ୍ୟ ଭାବେ ବିଜୟ କୁମାର ସାହୁ, ଦେବି ପ୍ରସାଦ ସାହୁ, ବରୁଣ କୁମାର ବେହେରା, ସୁଶାନ୍ତ ନାଏକ, ବିରଞ୍ଚି ନାରାୟଣ ସାହୁ, ହିମାଂଶୁ ନାଏକ, ସୀମା ବେହେରା, ରଶ୍ମିତା ମଲ୍ଲିକ, ରଶ୍ମି ରେଖା ଭୂୟାଁ, ସୁମିତ୍ରା ବାରିକ, ମିଲି ନାଏକ, ଶାନ୍ତିଲତା ଖଟୁଆ, ଜିନି ସାହୁ ଆଦି ନିର୍ବାଚିତ ହୋଇଛନ୍ତି। ସେହି ପରି ସମ୍ପୃକ୍ତ ୱାର୍ଡ ସଭ୍ୟ ମନୋଜ ସାହୁ, ଆଙ୍ଗନବାଡି କର୍ମୀ ମିନତୀ ସେନାପତି, ଆଶା କର୍ମୀ ରେବତୀ ନାଏକ, ବରିଷ୍ଠ ଶିକ୍ଷକ ଭାବେ ମମତା ସାହୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ବିଶୋଇ ଙ୍କୁ ନେଇ ମୋଟ ୨୦ ଜଣ ସଦସ୍ୟ ବିଶିଷ୍ଟ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଅଛି। ଦୁଇ ପର୍ଯ୍ୟୟରେ ଏହି ସ୍କୁଲ କମିଟି ପାଇଁ ସଦସ୍ୟ ଚୟନ ପ୍ରକ୍ରିୟା ବିଫଳ ହେବାରୁ ବାଧ୍ୟହୋଇ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ପୋଲିସ ର ଉପସ୍ଥିତିରେ ୩ୟ ଥର ପାଇଁ ଅଭିଭାବକଙ୍କ ବୈଠକ ପୁନର୍ବାର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଅଭିଭାବକ ମାନଙ୍କ ମଧ୍ୟରୁ ୧୫ ଜଣ କମିଟି ସଦସ୍ୟ ନିର୍ବାଚିତ ହୋଇଥିଲେ। ବୁଧବାର ଦିବା ୧୧ ଘଟିକା ରେ ନିର୍ବାଚିତ ୧୫ ଜଣ ସଦସ୍ୟ ମାନଙ୍କ ମଧରୁ ସୂର୍ଯ୍ୟକାନ୍ତ ସେଠି ଏବଂ ବିଜୟ କୁମାର ସାହୁଙ୍କ ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜୟ କୁମାର ସାହୁ ୪ ଟି ଭୋଟ ପାଇଥିବା ସ୍ଥଳେ ସୂର୍ଯ୍ୟକାନ୍ତ ସେଠି ୧୧ ଭୋଟ ପାଇବା ସହ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେହି ପରି ସୁଲୋଚନା ରଣା ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ନିବ ନିର୍ବାଚିତ ଅଧକ୍ଷ, ଉପାଧ୍ୟକ୍ଷାଙ୍କ ସହ ସଦସ୍ୟ ମାନଙ୍କୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହ ସମ୍ବର୍ଦ୍ଧିତ କରିଥିଲେ ଏବଂ ସମସ୍ତ ସଦସ୍ୟ ମିଳିତ ଭାବେ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ।






