ଏ.କେ ବ୍ୟୁରୋ : କାଗଜ ପତ୍ର ନଥିବାରୁ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ସିଜ୍ । ଛାତ୍ର ଛାତ୍ରୀଙ୍କୁ ନେଇ ଯାଉଥିବା ୩ଟି ବସକୁ ଜବତ କଲା ପରିବହନ ବିଭାଗ । କଟକ ଜିଲ୍ଲା ବାଙ୍କୀ ଜାତ ମୁଣ୍ଡିଆ ଛକରେ କଟକ ପରିବହନ ବିଭାଗ ପକ୍ଷରୁ ବସ୍ ଗୁଡିକର କାଗଜ ପତ୍ର ଯାଞ୍ଚ ଚାଲିଥିଲା ।

ଏହି ସମୟରେ ଡମପଡ଼ା ସ୍ଥିତ ଏକ ବିଦ୍ୟାଳୟକୁ ଛାତ୍ର ଛାତ୍ରୀଙ୍କୁ ନେଇ ଯାଉଥିବା ୩ଟି ପ୍ରାଇଭେଟ ବସକୁ ସିଜ୍ କରିଥିଲା ପୋଲିସ । ୩ ଟି ବସର କୌଣସି କାଗଜ ପତ୍ର ନ ଥିବାରୁ ବସଗୁଡିକୁ ଜବତ କରାଯାଇଛି। ଛାତ୍ର ଛାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇ ଏକ ପେଟ୍ରୋଲ ପମ୍ପରେ ଛିଡା କରାଯାଇ ଅନ୍ୟ ଗୋଟିଏ ବସ୍ ମାଧ୍ୟମରେ ସ୍କୁଲକୁ ପଠାଯାଇଛି । ବାରମ୍ବାର ତାଗିଦ୍ ସତ୍ତ୍ୱେ ବସ ମାଲିକ ଦାୟିତ୍ୱ ନନେଇ ଖାମଖିଆଲ ଭାବେ ଛାତ୍ର ଛାତ୍ରୀଙ୍କୁ ଫିଟନେସ୍ ନଥିବା ଗାଡିରେ ନେବାରୁ ଚଢ଼ାଉ କରା ଯାଇ ବସକୁ ଜବତ କରା ଯାଇଥିବା ସୂଚନା ଦେଇଛନ୍ତି ଟ୍ରାଫିକ ଇନ୍ସପେକ୍ଟର।






