ଅନୁଗୋଳ ଜିଲ୍ଲା : ବଅଁରପାଳ ବ୍ଲକ ଗଡସନ୍ତ୍ରୀ ପଞ୍ଚାୟତ ର ସପ୍ନା ଅମାନ୍ତ ଙ୍କୁ ବାସଗୃହ ପ୍ରଦାନ କରି ସେବାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଅସହାୟ ଲୋକଙ୍କର ବନ୍ଧୁ, ଦାରିଦ୍ର୍ୟ ଲୋକଙ୍କ ସୁଖ ଦୁଃଖର ସାଥି ସମାଜସେବୀ ଅଭିମନ୍ୟୁ ସାହୁ। ଚଳିବା ପାଇଁ ଘର ଖଣ୍ଡିଏ ନଥିବା, ଜରି ପାଲ ତଳେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଖବର ସମାଜସେବୀଙ୍କ କାନ ରେ ବାଜିବା କ୍ଷଣି ତୁରନ୍ତ ତାଙ୍କ ଘରକୁ ଯାଇ ଭଲମନ୍ଦ ବୁଝିବା
ସହ ଘର ଖଣ୍ଡିଏ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଆଜି ସେଇ ପ୍ରତିଶ୍ରୁତି ବାସ୍ତବରେ ପରିଣତ କରିଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ବାସଗୃହ ଯୋଗାଇ ଦେଇ ସରକାରଙ୍କ ଆବାସ ଯୋଜନା ଉପରେ ଆଙ୍ଗୁଳି ଉଠାଇଛନ୍ତି ସମାଜସେବୀ ।


ଏକ ବେସାହାରାର ସାହାରା ତୁମେ , ଏକ ନିରାଶ୍ରୟର ଆଶ୍ରା ତୁମେ, ସମାଜସେବାକୁ ଧନ୍ଦା ନୁହେଁ – ଧର୍ମ ଭାବରେ ଓ ବୃତ୍ତି ନୁହେଁ – ବ୍ରତ ଭାବରେ ଧରି ନେଇଥିବା ସମାଜସେବୀ ଅଭିମନ୍ୟୁ ସାହୁ ଜଣେ ଅସହାୟ ଗରିବଙ୍କ ପ୍ରତି ସହାୟତାର ହାତ ବଢ଼ାଇ ରହିବା ନିମନ୍ତେ ବାସଗୃହ ପ୍ରଦାନ କରିଛନ୍ତି। ସଦା ସର୍ବଦା ଗରିବ ଅସହାୟ ଙ୍କ ସେବାରେ ନିଜକୁ ଅନୁପ୍ରାଣିତ କରି ଆତ୍ମ ସନ୍ତୋଷ ଲାଭ କରୁଥିବା ଦରଦୀ ମଣିଷଟିଏ। ସମାଜରେ ଥିବା ଗରିବ ଅବହେଳିତ ଓ ଦୁଃଖୀ ଦରିଦ୍ରଙ୍କ ପାଇଁ ତୁମର ବଦାନ୍ୟତା
ଏହିଭଳି ଜାରି ରହୁ l ଗରୀବ ସପ୍ନାଙ୍କୁ ସାହାଯ୍ୟ କରିଥିବା ସମାଜସେବୀ ଙ୍କୁ ଭୁରି ଭୁରି ପ୍ରସଂଶା କରିଛନ୍ତି ଗଡସନ୍ତ୍ରୀ ପଞ୍ଚାୟତବାସୀ। ଘର ପ୍ରଦାନ କରିବା ସମୟରେ ସମାଜସେବୀ ଅଭିମନ୍ୟୁ ସାହୁଙ୍କ ସହ ଗଡସନ୍ତ୍ରୀ ସରପଞ୍ଚ ଟଙ୍କଧର ବେହେରା, ସମାଜସେବୀ ସୁବାଷ ସାମଲ, ସୁବ୍ରତ ସାହୁ ଓ ଗଡସନ୍ତ୍ରୀ ଗ୍ରାମବାସୀ ଉପସ୍ଥିତ ଥିଲେ।
ଅନୁଗୋଳ ରୁ ଶ୍ୟାମଘନ ନାଏକ ଙ୍କ ରିପୋର୍ଟ ଆପଣଙ୍କ ଖବର






