ଏ.କେ ବ୍ୟୁରୋ : ପୁଣି ଜିଲ୍ଲାରୁ ବଡ ଧରଣର ଚୋରୀ I ଏଥର ଦୁର୍ବୁତ୍ତ ଟାର୍ଗେଟ କରିଛନ୍ତି ମନ୍ଦିରକୁ I ଗୁଣପୁରରେ ସକ୍ରିୟ ହେଲେ ଲୁଟେରା । ବିଳମ୍ବିତ ରାତିରେ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବ ପୀଠ ଶ୍ରୀ ଉମା ରାମ ଲିଙ୍ଗେଶ୍ୱର ମନ୍ଦିରରେ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଲୁଟେରା ମାନେ ମନ୍ଦିରର ତାଲା ଭାଙ୍ଗିବା ସହ ମନ୍ଦିରରେ ପ୍ରବେଶ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ରୁପା ସାମଗ୍ରୀ ଲୁଟ କରିବା ସମେତ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଓ ଏକ ଆଲମାରୀ ତାଡ଼ି ଚୋରି କରିଥିବା ଜଣାପଡ଼ିଛି । ଆଜି ସକାଳୁ ମନ୍ଦିର ପୂଜକ ପୂଜା କରିବାକୁ ଯିବା ସମୟରେ ଚୋରି ହୋଇଥିବା ଜାଣି ୧୧୨ ନମ୍ବରରେ ଯୋଗାଯୋଗ କରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଗୁଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଗୁଣପୁର ଉପଖଣ୍ଡ ଅଞ୍ଚଳରେ କିଛି ମାସ ହେଲା ଚୋରୀ ବୃଦ୍ଧି ପାଇଛି I ଗତ ମାସରେ ପଦ୍ମପୁର ବ୍ଲକ କେନ୍ଦୁଗୁଡା ଗ୍ରାମରୁ ୧ କୋଟି ଟଙ୍କାର ସମ୍ପତି ଚୋରୀ ହୋଇଥିଲା I ଏଯାଏଁ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରିନି I ନିକଟରେ ପୁଲିସ ବିଭିନ୍ନ ଚୋରୀ ଘଟଣାରେ ଲିପ୍ତ ୧୨ଜଣଙ୍କୁ ଗିରଫ କରିଥିଲା I କିନ୍ତୁ ଚୋରୀ ରୋକିବାରେ କୌଣସି ପ୍ରଭାବ ପକାଇ ପାରିନି I






