ଏ.କେ ବ୍ୟୁରୋ : ଝିଅକୁ ମାଡ଼ ମାରି ଜେଲ୍ ଗଲା ବାପା । ଝିଅକୁ ସୁରକ୍ଷା ଦେଉଥିବା ବାପା, ପାଲଟିଗଲା ଝିଅର ଆକ୍ରମଣକାରୀ । ବାପା ହାତରେ ଝିଅକୁ କଲା ଲହୁଲୁହାଣ । ପାରିବାରିକ କଳହରୁ ନାବାଳିକା ଝିଅକୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ । ମଦ ପିଇ ଆସି ଝିଅକୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ବାପା ଗିରଫ ।

ପାହାଳ ଥାନା ଅଞ୍ଚଳ ଘଟିଛି ଏଭଳି ଘଟଣା ।ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ଭୋଇ ନିୟମିତ ମଦ ପିଇ ଘରକୁ ଆସି ମାଆ ଓ ଝିଅଙ୍କୁ ମାଡ଼ ମାରୁଥିଲା । ହେଲେ ୨୪ ତାରିଖରେ ସବୁ ସୀମା ଟପିଗଲା । ପାରିବାରିକ କଳହକୁ ନେଇ ଝିଅ ସହ ବଚସା ପରେ କାଠ ଫାଳିଆ ଧରି ତାକୁ ଆକ୍ରମଣ କରିଥିଲା ବାପା । ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ମାଡ଼ ମାରି ଝିଅକୁ ଗୁରୁତର କରିଦେଇଥିଲା। ଚିତ୍କାର ଶୁଣି ପଡ଼ୋଶୀ ଘରେ ପହଞ୍ଚି ଗୁରୁତର ନାବାଳିକାକୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ପରେ ମାଆ ଓ ଝିଅ ପାହାଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଅଭିଯୁକ୍ତ ବାପା ପ୍ରକାଶ ଚନ୍ଦ୍ର ଭୋଇକୁ ଗିରଫ କରିଛି । ତାକୁ କୋର୍ଟ ଚାଲାଣ କରାଯାଇଛି ।






