ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଠାରେ ନିର୍ମାଣ ହୋଇଥିବା ପବିତ୍ର ମୋହନ ମେଡିକାଲ କଲେଜ ବିଲଡିଂ ତିଆରି ହୋଇଛି l
ଆନୁସଙ୍ଗିକ ଭିତ୍ତିଭୂମି, ଇନଫ୍ରାଷ୍ଟ୍ରକଚର, ମେଡିକାଲ ପାଇଁ ବ୍ୟବହୃତ ଉପକରଣ ମଧ୍ୟ ଆସିଯାଇଥିଲା l କିନ୍ତୁ ରାଜନୀତିକ ମନ୍ଦ ଉଦେଶ୍ୟ ବେଇ ତାଳଚେର ବଦଳରେ ଅନୁଗୋଳ ଠାରେ କାର୍ଯ୍ୟଜାରି କରାଗଲା ପବିତ୍ର ମୋହନ ମେଡିକାଲ କଲେଜ l
ଏହାର ଦୃଢ଼ ପ୍ରତିବାଦରେ ତାଳଚେର ବୁଦ୍ଧିଜୀବୀ ମାନେ ପ୍ରାୟ 191 ଦିନ ହେଲାଣି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣାରେ ବସି ଜିଲ୍ଲା ପ୍ରଶାସନଙ୍କୁ ଦାବୀ ଜଣାଇ ଆସୁଛନ୍ତି l
କିନ୍ତୁ ଅନୁଗୋଳ ଜିଲ୍ଲା ପ୍ରଶାସନ କିମ୍ବା ସରକାରୀ କଳ, କୌଣସି ରାଜନେତା ତାଳଚେର ବାସୀଙ୍କ ଦୁଃଖ ଶୁଣିବାକୁ ନାହିଁ… ଏମ ସି ଏଲ ପକ୍ଷରୁ କୋଟି କୋଟି ଟଙ୍କାର କୋଠା ନିର୍ମାଣ ହୋଇଛି,,
ତାଳଚେର ଠାରେ ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ପ୍ରଧାନମନ୍ତ୍ରୀ ମୋଦି, ତତ୍କାଳୀନ କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତତ୍କାଳୀନ ବିଜେଡି ଦଳର ସରକାର ଥିବା ସମୟରେ ହୋଇଥିଲା କିନ୍ତୁ ବିଜେଡି ଦଳ ଯାଇ ବିଜେପି ସରକାର ଉଭୟ କେନ୍ଦ୍ର ଓ ରାଜ୍ୟରେ ଥାଇ ମଧ୍ୟ ଜାଣି ଶୁଣି ତାଳଚେର ପ୍ରତି ଅନ୍ୟାୟ କରୁଛ ନ୍ତି ବିଜେପି ସରକାର l 
ଏହାର କାର୍ଯ୍ୟକାରି ନହେଲେ 200 ଦିନର ଗଣଧାରଣା ଦିନ ଅର୍ଥାତ ଆଉ ନଅ ଦିନ ପରେ ଏକ ବିରାଟ ରାଲି କାରି ତାଳଚେର ଆଖ ପାଖରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ଜନ ଆନ୍ଦୋଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ନେତୃତ୍ୱ ନେଉଥିବା କେଶବ ଭୁତିଆ କହିଛନ୍ତି l
କମିଟିର ନେତୃତ୍ୱ ନେଉଥିବା ଅଭୟ ପାଣି କହିଛନ୍ତି ସରକାର ଦାବୀ ନ ଶୁଣିଲେ ତାଳଚେର ଠାରେ ଅଖଚକ ବନ୍ଦ କରାଯିବ,, ସେଥିପାଇଁ ପ୍ରଶାସନ ଦାୟୀ ରହିବେ l
ଅନୁଗୋଳ ଜିଲ୍ଲା ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଖଗେଶ୍ୱର ନାଏକ ମଧ୍ୟ ସମର୍ଥନ ଜଣାଇ ମେଡିକାଲ କଲେଜ ନେଇ ଦୃଢ ଦାବୀ କରିଛନ୍ତି l
ଅନୁଗୁଳ ରୁ ଶ୍ୟାମଘନ ନାୟକ ଙ୍କ ରିପୋର୍ଟ ଆପଣଙ୍କ ଖବର






