ଏ.କେ ବ୍ୟୁରୋ : ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି। ପାଣି ଭିତରେ ଖାଲର ଗଭୀରତା ଜଣାପଡୁନଥିବାରୁ ବାଇକ ଆରୋହୀ ଓ ପଥଚାରୀ ପଡି କ୍ଷତବିକ୍ଷତ ହେଉଛନ୍ତି। ଦୈନନ୍ଦିନ ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରି ନର୍କ ଯନ୍ତ୍ରଣା ଭୋଗୁଛନ୍ତି।
ଏହି ରାସ୍ତାର ମାତ୍ର 50 ମିଟର ଦୂରରେ ଦାନଗଦି ଡାକ୍ତରଖାନା ରହିଛି। ଏହାଛଡା ସ୍କୁଲ, ବ୍ଲକ ଅଫିସ, ତହସିଲ ଅଫିସ, ଅଗ୍ନିଶମ ବିଭାଗ ଭଳି ସମସ୍ତ ଜରୁରୀକାଳୀନ କାର୍ଯ୍ୟାଳୟକୁ ଯିବାକୁ ଏହା ହିଁ ଗୋଟିଏ ମୁଖ୍ୟ ରାସ୍ତା। ଏଭଳି ଗୁରୁତ୍ୱପୂର୍ଣ ରାସ୍ତାର ମରାମତି ନହେବା ପ୍ରଶାସନର ଉଦାସୀନତାକୁ ପଦାରେ ପକାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ବଡ ବଡ ଟ୍ରକ ଓ ଟ୍ରଲର ଚଳାଚଳ ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପାଣି ଜମି ରହିବା ଦ୍ୱାରା ଦୁର୍ଘଟଣାର ଆଶଙ୍କା ବଢିଛି। ଜରୁରୀ ସେବା ଯେପରି ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ଯିବାକୁ ମଧ୍ୟ ସମସ୍ୟା ହେଉଛି। ଏଣୁ ତୁରନ୍ତ ଏହି ରାସ୍ତାର ମରାମତି ସହ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
ଯାଜପୁର ରୁ ରାଜେଶ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର






