ଏ.କେ ବ୍ୟୁରୋ : ଦୁର୍ବଳ ହେଲା ଗଭୀର ଅବପାତ । ଡିପ୍ରେସନ୍ ରୂପ ନେଇ ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ । ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇ ଏକ ‘ଅବପାତ’ରେ ପରିଣତ ହୋଇଛି ।

ଆଜି ଭୋର ସମୟରେ ଅବପାତ ନୂଆପଡ଼ାର ନିକଟବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଅବପାତଟି ବର୍ତ୍ତମାନ ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ ଥିବା ବେଳେ ଟିଟିଲାଗଡଠାରୁ ୯୦ କିମି ଦୂରରେ ରହିଛି । ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଏହି ଅବପାତ ଲଗାତାର ଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଅବପାତ ରୂପ ବଜାୟ ରଖିବ । ଏହା ପରେ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହାର ଶକ୍ତି ଆହୁରି ହ୍ରାସ ପାଇ ଏହା ଏକ ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’ରେ ପରିଣତ ହେବ ।






