ବୁଗୁଡ଼ା :ଗଞ୍ଜାମ ଜିଲ୍ଳା ର ବୁଗୁଡ଼ା ପିପୁଲସ୍ କଲେଜ୍ ଯୁବ ରେଡ୍ କ୍ରସ୍ ପକ୍ଷ ରୁ ଜୁଲାଇ ୦୭ ତାରିଖ ଦିନ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି ।ବନ ମହୋତ୍ସବ ଉପଲକ୍ଷେ ଯୁବ ରେଡ୍ କ୍ରସ୍ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା।
ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନ୍ନୀତ ଅତିଥି ଭାବେ ଅଧ୍ଯାପକ ଡକ୍ଟର ପ୍ରଦୀପ କୁମାର ଦାଶ,ଅଧ୍ୟାପକ ଶ୍ରୀ ଦୁଷ୍ମନ୍ତ ପ୍ରଧାନ ଯୁବ ରେଡ୍କ୍ରସ୍ ଉପଦ୍ଦେଷ୍ଟା ଅଧ୍ଯାପିକା କ୍ରିଷ୍ଣା କୁମାରୀ ବାର୍ଗେ ସମ୍ମାନ୍ନୀତ ଅତିଥି ଭାବେ ଯୋଗ ଦେଇଥିଲେ।ଅତିଥି ଗଣ ଯୁବ ରେଡ୍ କ୍ରସ୍ ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହ ବୃକ୍ଷ ରୋପଣ ର ଆବଶ୍ୟକତା ଓ ଉପାଦେୟତା ବିଷୟ ରେ ଅବଗତ କରିଥିଲେ । ଏହା ପରେ କଲେଜ୍ ପରିସର ରେ ଅଧ୍ୟକ୍ଷ ଡକ୍ଟର ମିଶ୍ର ଏବଂ ଅଧ୍ୟାପକ ଶ୍ରୀ ଖଣ୍ଡୁଆଳ ବୃକ୍ଷ ରୋପଣ କାର୍ଯ୍ୟ କର୍ମ ଶୁଭରମ୍ଭ କରିଥିଲେ। ଏହା ପରେ ଯୁବ ରେଡ୍
କ୍ରସ୍ ର ସ୍ଵେଚ୍ଛା ସେଵୀ ଗଣ ବୃକ୍ଷ ରୋପଣ କରିଥିଲେ । ଏଥିରେ ପ୍ରାୟ ୪୦ ରୁ ଉର୍ଦ୍ଧ ସ୍ବେଛାସେବୀ ଯୋଗଦାନ କରିଥିଲେ ।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ






