ଏ.କେ ବ୍ୟୁରୋ : ଓଡ଼ିଶା ହାଇକୋର୍ଟ ଙ୍କ ୨ଜଣିଆ ଖଣ୍ଡପୀଠ ରେ ବିଜୟୀ ହେବା ପରେ ଆଠଗଡ଼ ବ୍ଲକ୍ କଣ୍ଡରେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଜ୍ଞାନ ରଞ୍ଜନ ଦାଶଙ୍କୁ ପୁଣି ପଦବୀରେ ଅବସ୍ଥାପିତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏ ନେଇ କଟକ ଜିଲ୍ଲାପାଳ ଙ୍କ ଆଦେଶନାମା ୧୦୬୧/୧୧/୦୮/୨୬ରେ କଟକ ଜିଲ୍ଲା ପାଳଙ୍କ ଦ୍ଵାରା ଗତ ଜୁଲାଇ ମାସ ୨୭ତାରିଖର ନିର୍ଦ୍ଧେଶନାମା ୯୭୩୯୭୧ କୁ ରଦ୍ଦ କରାଯାଇ ପୁନର୍ବାର ଦାଶଙ୍କୁ ସରପଞ୍ଚ ଭାବେ କାର୍ଯ୍ୟ କରିବା ପାଇଁ ଆଠଗଡ଼ ଵିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏ ନେଇ ଆଠଗଡ଼ ଵିଡିଓ ଏକ ସ୍ଵତନ୍ତ୍ର ନୋଟିସ ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଜଣାଇଛନ୍ତି।ଅନ୍ୟ ଆଦେଶନାମା ନ ଆସିବା ପର୍ଯ୍ୟନ୍ତ ଶ୍ରୀ ଦାଶ ସରପଞ୍ଚ ଭାବେ କାର୍ଯ୍ୟ ତୁଲାଇବେ।






