ଏ.କେ ବ୍ୟୁରୋ : ପ୍ରଖର ସ୍ରୋତରେ ଭାସିଗଲା କାର । ଅଚାନକ ଆସିଲା ପାଣି, ଭସାଇ ନେଲା କାର । କାର ଭିତରେ ଦୁଇ ଜଣ ଫଶି ରହିଲେ ଦୁଇ ଘଣ୍ଟା । ଏଭଳି ଘଟଣା ଘଟିଛି ଉଦଳା ଥାନା ନହରପଦା ଗ୍ରାମରେ । ଦୁଷ୍ମନ୍ତ ଦେଶାରୀ ଏବଂ ଅନ୍ୟ ଜଣେ ଏକ କାରରେ ନହରପଦା ଗ୍ରାମକୁ ଯାଉଥିଲେ। ହେଲେ ଅଚାନକ ରାସ୍ତାରେ ପାଣି ପ୍ରବାହିତ ହୋଇଥିଲା, ଯାହା ଫଳରେ ଗାଡିଟି ସୁଅରେ ଭାସି ଯାଇଥିଲା ।

ପରେ ଗାଡ଼ିଟି ପାଣିରେ ବୁଡ଼ି ରହିଥିଲା । ଦୀର୍ଘ ସମୟ ପରେ ଗ୍ରାମବାସୀ ମାନେ ଏହା ଦେଖିପାରି ଆସି କାରଟିକୁ ଭରା ପାଣିରୁ ବାହାରକୁ ଆଣିଥିଲେ। କାରରେ ଥିବା ଦୁଇ ଜଣ ଦୁଇ ଘଣ୍ଟା ଧରି ଫଶି ରହିବା ପରେ ସୁରକ୍ଷିତ ଅବସ୍ଥାରେ ବାହାରିଛନ୍ତି । ସୂଚନା ଅନୁସାରେ, ଦୁଷ୍ମନ୍ତ ଦେଶାରୀ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏକ କାରରେ ନହରପଦା ଗ୍ରାମକୁ ଯାଉଥିଲେ । ସେମାନେ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିଲା । ପାଣିର ସ୍ରୋତ ଅଧିକ ଥିବାରୁ କାରଟି ଭାରସାମ୍ୟ ହରାଇ ସୁଅରେ ଭାସି ଯାଇଥିଲା । କିଛି ଦୂର ଯିବା ପରେ କାରଟି ପାଣି ଭିତରେ ବୁଡ଼ି ରହିଥିଲା । ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବା ଏବଂ ପ୍ରଖର ସ୍ରୋତରେ ଗାଡ଼ି ଭାସିଯିବା ଘଟଣାକୁ ନେଇ ନହରପଦା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।






