ଏ.କେ ବ୍ୟୁରୋ : ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ଚଢ଼ାଉ, ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ବରଗଡ଼ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁର ପକ୍ଷରୁ ମିଳିତ ଭାବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ଅଭିଯାନରେ ବରଗଡ଼ ସହରର ୩ଟି କଲ୍ୟାଣ ମଣ୍ଡପ ଓ ହୋଟେଲକୁ ସିଲ୍ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରଦୂଷଣ ବୋର୍ଡର ଆବଶ୍ୟକ ନିୟମାବଳୀ ପାଳନ କରିନଥିବା ଏବଂ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାରେ ତ୍ରୁଟି ଥିବାରୁ Hotel JJ Residency, Hotel VD Palace ଓ Annapurna Palace ବିରୋଧରେ ସିଲ୍ କରିବାର ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁରର ମୁଖ୍ୟ ଅଧିକାରୀ ସତ୍ୟ ନାରାୟଣ ନନ୍ଦ କହିଛନ୍ତି ଯେ, ପରିବେଶ ସୁରକ୍ଷା ଆଇନକୁ ଉଲ୍ଲଂଘନ କରୁଥିବା କୌଣସି ପ୍ରତିଷ୍ଠାନକୁ ଛାଡ଼ ଦିଆଯିବ ନାହିଁ। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଅନୁସରଣ କର






