ଏ.କେ ବ୍ୟୁରୋ : ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ତଥା ଜନନେତା ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭ ଜନ୍ମଦିନ ଅବସରରେ ଦୀପ ପ୍ରଜ୍ୱଳନ ସମୂହ ପକ୍ଷରୁ ଏକ ଭବ୍ୟ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମାନ୍ୟବର ବିଧାୟକ ଅନୁଗୋଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ଶୁଭେଚ୍ଛୁ, ସାମାଜିକ କର୍ମୀ ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ ଦେଶର ଏକତା, ଅଖଣ୍ଡତା, ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ପ୍ରଦାନ କରେ ବୋଲି ଶ୍ରୀଯୁକ୍ତ ପ୍ରଧାନ ପରିପ୍ରକାଶ କରିଥିଲେ। ଉପସ୍ଥିତ ସମସ୍ତେ ଦେଶର ବିକାଶ, ଜନକଲ୍ୟାଣ ଓ ରାଷ୍ଟ୍ର ନିର୍ମାଣରେ ସକାରାତ୍ମକ ଭୂମିକା ଗ୍ରହଣ ପାଇଁ ସଂକଳ୍ପବଦ୍ଧ ହେବା ନିମନ୍ତେ ଆହ୍ବାନ ଦେଇଥିଲେ। ଶ୍ରୀଯୁକ୍ତ ପ୍ରଧାନ,ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ କେବଳ ଏକ ଉତ୍ସବ ନୁହେଁ, ବରଂ ଦେଶସେବା, ସମାଜସେବା ଓ ଜନକଲ୍ୟାଣ ପ୍ରତି ନିଜର ଦାୟିତ୍ୱବୋଧକୁ ସୁଦୃଢ଼ କରିବାର ଏକ ପ୍ରେରଣାଦାୟକ ଅବସର ବୋଲି ନିଜର ବ୍ୟକ୍ତବ୍ୟ ରଖିଥିଲେ ।

ଦେଶର ଉନ୍ନତି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ପ୍ରତିମା ମିଶ୍ର, ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଦୀଲ୍ଲେଶ୍ବର ପ୍ରଧାନ, ଅନୁଗୋଳ ପୌରପାଳିକାର ସମସ୍ତ କାଉନସିଲର, ବରିଷ୍ଠ ଆଇନଜୀବୀ ଶ୍ରୀମତି ମମତା ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚ୍ଚାବିଜେପି ସଭାପତି ସିଦ୍ଧାର୍ଥ ରାଉତରାୟ, ଅନୁଗୋଳ ନଗର ମଣ୍ଡଳ ସଭାପତି ଓ ଯୁବ ନେତା ଅନିନ୍ଦିତ ପ୍ରଧାନଙ୍କ ସମେତ ବହୁ ମହିଳା, ପୁରୁଷ ଓ ଯୁବ କର୍ମୀ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।






