ଏ.କେ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ଗ୍ରାମ ବଂଶଧାରା ନଦୀରେ ବୁଡିଯାଇ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତକ ଜଣକ ହେଲେ ମୁନିଗୁଡା ନିକଟସ୍ଥ କୁଜି ଢେପାଗୁଡାର ରୁଦ୍ର ସୁନା( ୨୫)।

ସୂଚନା ଅନୁଯାୟୀ ମୃତ ରୁଦ୍ର ସୁନା ଜଣେ ଟ୍ରାକ୍ଟର ଚାଳକ ସେ ସବୁଦିନ ପରି ଟ୍ରାକ୍ଟରରେ ବାଲି ଆଣିବା ପାଇଁ ନଦୀ କୂଳକୁ ଟ୍ରାକ୍ଟର ନେଇ ଯାଇଥିଲେ। କିନ୍ତୁ ଅନ୍ୟ ମନସ୍କ ଭାବେ ନଦୀର ଅନ୍ୟ ପଟକୁ ଯାଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇ ଥିଲେ। ଟ୍ରାକ୍ଟର ରେ ବାଲି ଭର୍ତି ସରିଲା ପରେ ଲେବର ମାନେ ଚାଳକ ଙ୍କୁ ଖୋଜିଥିଲେ। ବହୁ ଖୋଜାଖୋଜି ପରେ ମୃତ ରୁଦ୍ର କିଛି ଦୂରରେ ଭାସୁଥିବା ର ଦେଖି ତାଙ୍କୁ ଉଦ୍ଧାର କରିଥିଲେ। କୁଟ୍ରାଗଡ ନଦୀ ନିକଟରୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ପୋଷ୍ଟ ମଟମ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।






