ଏ.କେ ବ୍ୟୁରୋ : ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ବୁଗୁଡ଼ା ବନ ବିଭାଗ ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ବନ ବିଭାଗ କର୍ମଚାରୀ ଓ ନିୟୁ ଏରା ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ମାନେ ହାତରେ ବିଭିନ୍ନ ସଚେତନତା ମୂଳକ ପ୍ଲକ କାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ l

ଏହି ରାଲି ନିୟୁ ଏରା ପବ୍ଲିକ ସ୍କୁଲରୁ ବାହାରି ହାଇସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲା l ରେଞ୍ଜର ମାନସ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ରାଲିକୁ ନିୟୁ ଏରା ପବ୍ଲିକ ସ୍କୁଲର ପରିଚାଳକ ଅନିଲ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଫରେଷ୍ଟର ସୁଧୀର ପଟ୍ଟନାୟକ , ଅଭିରାମ ଖିଲ,ସୁକାନ୍ତ ପଟ୍ଟନାୟକ,ଗାର୍ଡ ସିଂଗ୍ଧା ସରିତା ସ୍ୱାଇଁ,ଯଶସ୍ୱିନୀ ସାହୁ,ମଧୁସ୍ମିତା ଉପାଧ୍ୟାୟ, ଧବଳେଶ୍ୱର ପ୍ରଧାନ, ଦଣ୍ଡପାଣି ଶବରଙ୍କ ସମେତ ସମସ୍ତ ବନ କର୍ମଚାରୀ ରାଲିରେ ଯୋଗଦେଇ ଥିଲେ ଳ
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର।






