ଏ.କେ ବ୍ୟୁରୋ : ନୂଆପଡ଼ା ଜିଲ୍ଲା ସିନାପାଲି ବନାଞ୍ଚଳ ଅଧୀନ ଘାଟମାଲ ସେକ୍ସନରେ ବରାହା ଶିକାର ଘଟଣାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବନ୍ୟଜନ୍ତୁ ଶିକାର, ମାଂସ ରଖିବା ଓ ଭକ୍ଷଣ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ମାମଲା ରୁଜୁ ହୋଇଛି ।ବନ ବିଭାଗର ସୂଚନା ଅନୁସାରେ, ଗତ ଅକ୍ଟୋବର ୩୧ ତାରିଖରେ ଘାଟମାଲ ଗ୍ରାମର ଭକ୍ତ ମାଝୀଙ୍କ ପୁଅ ଖଗେଶ୍ବର ମାଝୀ (୨୮) ନିଜ ମକା ଚାଷ ଜମିରେ ଫାଶ ବସାଇଥିଲେ ନଭେମ୍ବର ୧ ତାରିଖ ସକାଳେ ଜମିକୁ ଯାଇ ଦେଖିବା ବେଳେ ଫାଶରେ ଏକ ବରାହା ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା।

ପରେ ମୃତ ବାରହାକୁ କାର୍ଟି ନେଇଯାଉଥିବା ଅଭିଯୋଗ ହୋଇଛିଏହି ସମୟରେ ଘାଟମାଲ ସେକ୍ସନର ଫରେଷ୍ଟର ମେଘନାଦ ମାଝୀ ଓ ଫରେଷ୍ଟ ଗାର୍ଡ ଅଜୟ ବନ୍ଦୀଛୋର ବୈଜଳପୁର ରାସ୍ତାରେ ପେଟ୍ରୋଲିଂ କରୁଥିଲୋ ପେଟ୍ରୋଲିଂ ସମୟରେ ଚଟିଆଗୁଡ଼ା ଗ୍ରାମର ଜଗବନ୍ଧୁ ମାଝୀଙ୍କ ପୁଅ ହେରାମ୍ବ ମାଝୀ (୨୪) ଓ ଦାସମୁମାଝୀଙ୍କ ପୁଅ ଡିଙ୍ଗର ମାଝୀ (୪୪)ଙ୍କୁ ଅଟକାଇ ଯାଞ୍ଚ କରିଥିଲୋ ସେମାନଙ୍କ ନିକଟରୁ ବରାହାର ବାମ ଗୋଡ଼ ଜବତ ହୋଇଥୁଲା, ଯାହାର ଓଜନ ପ୍ରାୟ ୭ କିଲୋଗ୍ରାମ ଥିବା ଜଣାପଡ଼ିଛି ଏହି ଘଟଣାରେ ଖଗେଶ୍ବର ମାଝୀ, ହେରାମ୍ୱ ମାଝୀ ଓ ଡିଙ୍ଗର ମାଝୀଙ୍କୁ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି ସେମାନଙ୍କ ବିରୋଧରେ ସିନାପାଲି ରେଞ୍ଜର OR Case No. 191/S, 2026-27 ଅନୁଯାୟୀ ମାମଲା ରୁଜୁ ହୋଇଛି ।ବନ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ, ଅଭିଯୁକ୍ତମାନେ ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ର ଧାରା ୯ ସହିତ ଧାରା ୨(୧୬), ୩୯, ୪୪ ଓ ୪୯(ଏ), ୪୯(ବି)ର ବିଭିନ୍ନ ବ୍ୟବସ୍ଥା ଉଲଂଘନ କରିଥିବା ଅଭିଯୋଗ ରହିଛି ଏହି ଅପରାଧ ପାଇଁ ଆଇନର ଧାରା ୫୧(୧) ଓ ୫୧(୧ଏ) ଅନୁଯାୟୀ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ୨୦୨୨ ସଂଶୋସ୍ତ ଆଇନ ଅନୁଯାୟୀ ମାମଲାରେ ଆଇନଗତ ପଦକ୍ଷେପ ନିଆଯାଇଛି ।ନଭେମ୍ବର ୩ ତାରିଖରେ ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପାଇଁ ଚାଲାଣ କରାଯାଇଛି ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ନିୟମିତ ପେଟ୍ରୋଲିଂ ଓ ନିରୀକ୍ଷଣ ଜାରି ରହିଛି।






