ଏ.କେ ବ୍ୟୁରୋ : ଗିରଫ ଅଭିଯୁକ୍ତମାନେ ହେଲେ ଚିଚୋଲି ଗ୍ରାମର ଘନଶ୍ୟାମ ନାୟକ (୩୯) ଓ ପୁଗଲ କୁସୁମ (୫୮)। ସେମାନେ ଏକ ହୋଣ୍ଡା ଆକ୍ଟିଭାରେ ବୁଲି ବୁଲି କଫ୍ ସିରପ୍ ବିକ୍ରି କରୁଥିବା ସୂଚନା ପାଇଥିଲା ପୋଲିସ। ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶରେ ଅମ୍ବାଭୋନା IICଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଚାନକ ଚଢ଼ାଉ କରି ଉଭୟଙ୍କୁ କାବୁ କରିଥିଲା।ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନା ଅଞ୍ଚଳରେ ଚାଲିଥିବା ବେଆଇନ କଫ୍ ସିରପ୍ କାରବାରର ପର୍ଦ୍ଦାଫାସ କରିଛି ପୋଲିସ। ପ୍ରକାଶପୁର ବସ୍ଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର କଫ୍ ସିରପ୍ ଜବତ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଚିଚୋଲି ଗ୍ରାମର ଘନଶ୍ୟାମ ନାୟକ (୩୯) ଓ ପୁଗଲ କୁସୁମ (୫୮)। ସେମାନେ ଏକ ହୋଣ୍ଡା ଆକ୍ଟିଭାରେ ବୁଲି ବୁଲି କଫ୍ ସିରପ୍ ବିକ୍ରି କରୁଥିବା ସୂଚନା ପାଇଥିଲା ପୋଲିସ। ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶରେ ଅମ୍ବାଭୋନା IICଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଚାନକ ଚଢ଼ାଉ କରି ଉଭୟଙ୍କୁ କାବୁ କରିଥିଲା
- ୧୫୦ ସିଲ୍ବନ୍ଦ କଫ୍ ସିରପ୍ ବୋତଲ
- ୧୨ ଖୋଲା ବୋତଲ
- ହୋଣ୍ଡା ଆକ୍ଟିଭା ସ୍କୁଟର
- ମୋବାଇଲ ଫୋନ୍
- ନଗଦ ୩,୫୦୦ ଟଙ୍କା
ପୋଲିସ ଅମ୍ବାଭୋନା ଥାନାରେ କେସ୍ ନଂ–୧୫୪/୨୦୨୬ ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନ ଜାରି ରହିବ ବୋଲି ପୋଲିସ କହିଛି।
- ୧୫୦ ସିଲ୍ବନ୍ଦ କଫ୍ ସିରପ୍ ବୋତଲ
- ୧୨ ଖୋଲା ବୋତଲ
- ହୋଣ୍ଡା ଆକ୍ଟିଭା ସ୍କୁଟର
- ମୋବାଇଲ ଫୋନ୍
- ନଗଦ ୩,୫୦୦ ଟଙ୍କା
ପୋଲିସ ଅମ୍ବାଭୋନା ଥାନାରେ କେସ୍ ନଂ–୧୫୪/୨୦୨୬ ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନ ଜାରି ରହିବ ବୋଲି ପୋଲିସ କହିଛି।






