ଏ.କେ ବ୍ୟୁରୋ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରି କଲେଜର ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରତିନିଧି ମାନଙ୍କ ଶପଥ ପାଠ ଉତ୍ସବ ସଂପୃକ୍ତ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ କାର୍ଯ୍ୟକ୍ରମରେ କଲେଜ ଛାତ୍ର ସଂସଦ ନିର୍ବାଚନର ନିର୍ବାଚନ ଅଧିକାରୀ ତଥା ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ବିଜୟୀ ହୋଇଥିବା ଛାତ୍ର ସଂସଦର ସଭାପତି ଶମ୍ଭୁ ପ୍ରଧାନ, ଉପସଭାପତି ଶଙ୍କର ବିଷୋୟୀ, ସାଧାରଣ ସମ୍ପାଦକ ସ୍ମିତାରାଣୀ ଭୂୟାଁ, କ୍ରୀଡା ସମ୍ପାଦକ ରୁଦ୍ର ପ୍ରସାଦ ସ୍ବାଇଁ,ଯୁଗ୍ମ ସମ୍ପାଦକ ରୂପାଲୀ ଭୂୟାଁ ଓ ନାଟ୍ୟ ସମ୍ପାଦକ ରାକେଶ ଜେନା ପ୍ରମୁଖଙ୍କୁ ଶପଥ ପାଠ କରାଇଥିଲେ । ଏ ଅବସରର ସେମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମାସ୍ୟାର ସମାଧାନ କରିବା ସହ କଲେଜରେ ଶୈକ୍ଷିକ ପରିବେଶ ସୃଷ୍ଟି କରି କଲେଜର ବିକାଶ ଦିଗରେ ଧ୍ୟାନ ଦେବେ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ଶପଥ ପାଠ ଉତ୍ସବରେ ନିର୍ବାଚନ କମିଟିର ସଦସ୍ୟଗଣଙ୍କ ସମେତ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ,କର୍ମଚାରୀ ଉପସ୍ଥିତ ଥିଲେ।
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର






