ଏ.କେ ବ୍ୟୁରୋ : ବିକଶିତ ଭାରତ ଯୁବ ନେତୃତ୍ୱ ସଂଲାପ–୨୦୨୭ ପାଇଁ ସୋନପୁରରେ ପ୍ରସ୍ତୁତି ବୈଠକ । ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା, ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ Viksit Bharat Young Leaders Dialogue ୨୦୨୭ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ MY Bharat Sonepur ଅଫିସ୍ରେ ଅନୁଷ୍ଠିତ ହୋଇଛି।
MY Bharat ହେଉଛି ଯୁବ ବିକାଶ ଓ ଯୁବ ନେତୃତ୍ୱ ମାଧ୍ୟମରେ ‘ବିକଶିତ ଭାରତ–୨୦୪୭’ ଲକ୍ଷ୍ୟକୁ ସାକାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଯୁବ ପ୍ଲାଟଫର୍ମ। ଏହି ବୈଠକରେ ଯୁବମାନଙ୍କୁ ଅଧିକରୁ ଅଧିକ ସଂଯୋଜିତ କରିବା, ସେମାନଙ୍କ ପ୍ରତିଭା ଓ ନେତୃତ୍ୱ ଦକ୍ଷତାକୁ ଉତ୍ସାହିତ କରିବା ସହିତ VBYLD–୨୦୨୭ ଅଭିଯାନକୁ ସଫଳ କରିବା ନେଇ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମର ପରିଚାଳନା ଓ ସମନ୍ୱୟରେ ଅଫିସ୍ ପରିଚାଳକ କୃପାସିନ୍ଧୁ ସା, ନାସନାଲ୍ ଭୋଲେଣ୍ଟର ସାଗରିକା କର୍ଣ୍ଣ, ନାସନାଲ୍ ଭୋଲେଣ୍ଟର ସନ୍ତୋଷିନୀ ସାହୁ, ସୁନୀଲ ପ୍ରଧାନ, ଦୀପକ ଭୋଇ ଓ କାଜଲ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଯୁବଶକ୍ତିକୁ ଦେଶର ବିକାଶ ଯାତ୍ରା ସହ ଯୋଡ଼ିବା ଏବଂ ‘ବିକଶିତ ଭାରତ @ ୨୦୪୭’ ସ୍ୱପ୍ନକୁ ସାକାର କରିବା ଦିଗରେ ଏଭଳି ପ୍ରୟାସ ଏକ ନୂତନ ଆଶା ଓ ଉତ୍ସାହ ସୃଷ୍ଟି କରିଛି।
ତରଭା ବ୍ଲକ ରୁ ଶଶୀଭୂଷଣ ବଗର୍ତ୍ତୀ ଙ୍କ ରିପୋର୍ଟ ଆପଣଙ୍କ ଖବର






