ବୌଦ୍ଧ ଜିଲ୍ଲା ସଦର ମହାନଦୀ କୂଳ ଚନ୍ଦ୍ରଚୂଡ଼ ମନ୍ଦିର ପ୍ରସିଦ୍ଧ ମହାନଦୀ ଆଳତିଘାଟ ଠାରେ ଗୋ-ସଂମ୍ମାନ ଆହ୍ୱାନ ଅଭିଯାନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବୌଦ୍ଧ ବୁଟୁପାଲି ସ୍ଥିତ ଶ୍ରୀ ରାଧା ମାଧବ ଆଶ୍ରମ ମୁଖ୍ୟ ଆଚାର୍ଯ୍ୟ ବ୍ରହ୍ମଚାରୀ ଆଦିତ୍ୟ ଦାସ ଜୀ ଙ୍କ ଆବାହକୋତ୍ୱରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ମାନଙ୍କ କର୍ମକର୍ତ୍ତା ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l
ଏଥିରେ ଅଭିଯାନର ଓଡିଶା ପ୍ରଭାରୀ ସୁଦୂର ରାଜସ୍ଥାନର ସାଧୁ ଭୂପେନ୍ଦ୍ର ଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋ -ସଂମ୍ମାନ ସହିତ ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ଦେବା ନିମନ୍ତେ ଗତ ଏପ୍ରିଲ 27 ତାରିଖରେ ଦେଶର ପ୍ରତ୍ୟେକ ତହସିଲ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବାବେଳେ ଆସନ୍ତା ଜୁଲାଇ 27ତାରିଖରେ ପ୍ରତ୍ୟେକ ଜିଲ୍ଲାପାଳଙ୍କ ମାଧ୍ୟମରେ 40 କୋଟି ସ୍ଵାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ଧର୍ଯ୍ୟ ଥିବାବେଳେ ବୌଦ୍ଧ ଜିଲ୍ଲାରେ ଏକ ଲକ୍ଷ ସ୍ଵାକ୍ଷର କରି ବିରାଟ ପଟୁଆରାରେ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l

ଏହି ପ୍ରସ୍ତୁତି ବୈଠକ ସଭାରେ ସଂମ୍ମାନିତ ଅତିଥି ଭାବରେ ବର କନିଆ ମଠର ମହନ୍ତ ଲଷ୍ମଣ ଦାସ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟାପକ ପ୍ରତାପ କୁମାର ରଥ ଓ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ମଞ୍ଚାସିନ ଥିବାବେଳେ ମହାନଦୀ ଆଳତୀ ଘାଟର ପୃଷ୍ଟୋପୋଷକ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ସର୍ବପ୍ରଥମେ ଆଳତୀଘାଟରେ ମହାନଦୀ ଆଳତୀ କଲାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l
ଏହି ସଭାରେ ବିଭିନ୍ନ ଅନୁଷ୍ଠିତରୁ ଶତାଧିକ କର୍ମକର୍ତ୍ତା ଅଂଶ ଗ୍ରହଣ କରି ଆସନ୍ତା 27 ତାରିଖରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଯୋଗଦେଇ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ l
ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






