ଏ.କେ ବ୍ୟୁରୋ : କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଗୁଡ଼ିକର ମିଳିତ ମଞ୍ଚ ଏବଂ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ ଅନୁଷ୍ଠିତ ହୋଇ ଯାଇଛି।

ସରକାର ଦେଶର କର୍ମଜୀବୀ ଲୋକଙ୍କ ଯୁକ୍ତିଯୁକ୍ତ ଦାବିଗୁଡ଼ିକୁ ଅଣଦେଖା କରି ଅନେକ ଶ୍ରମିକ-ବିରୋଧୀ, କୃଷକ-ବିରୋଧୀ ଏବଂ ଜନ-ବିରୋଧୀ ନୀତି ତଥା ପଦକ୍ଷେପ ପ୍ରସ୍ତୁତ, କାର୍ଯ୍ୟକାରୀ ଓ ଲାଗୁ କରିଆସୁଛନ୍ତି। ଫଳସ୍ୱରୂପ, ଦେଶର ସାଧାରଣ ଜନତା, ବିଶେଷକରି ଶ୍ରମିକ, କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବିଭିନ୍ନ ସାମାଜିକ-ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଭାରତର ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କ ସ୍ୱାର୍ଥରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦେଶର ଶ୍ରମିକ, କୃଷକ ଏବଂ ସାଧାରଣ ଜନତାଙ୍କ ନିମ୍ନଲିଖିତ ଯୁକ୍ତିଯୁକ୍ତ ୨୮ ଗୋଟି ଦାବିଗୁଡ଼ିକୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବି ପତ୍ର ମାଧ୍ୟମରେ ପ୍ରଦାନ କରିଛନ୍ତି ।






