ଏ.କେ ବ୍ୟୁରୋ : ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନା ଅଧୀନ ନାଲକୋ ମେଡିକାଲର ପଛପାର୍ଶ୍ୱ ରାସ୍ତାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ସମୟରେ ଗିରାଙ୍ଗ ଗ୍ରାମର ଅନନ୍ତ ନାଏକ (ପିତା– ଅନାମ ନାଏକ) ଜଣେ ସାଙ୍ଗଙ୍କ ସହ ବାଇକ୍ରେ ଯାଉଥିଲେ।
ନାଲକୋ ମେଡିକାଲର ପଛପାର୍ଶ୍ୱ ରାସ୍ତାରେ କୌଣସି କାରଣରୁ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ନାଲକୋର ସୁରକ୍ଷାକର୍ମୀମାନେ ଉଭୟ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ନାଲକୋ ମେଡିକାଲକୁ ନେଇଥିଲେ। ପରେ ଉଭୟଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅନନ୍ତ ନାଏକଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଯୁବକଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ନାଲକୋ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଅନୁଗୁଳରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






