ଏ.କେ ବ୍ୟୁରୋ : ମହାନଦୀରେ ଭାସିଆସିଲେ ୨୦ରୁ ଊର୍ଦ୍ଧ୍ୱ ମଇଁଷି । କଟକ ଯୋବ୍ରା ଆନିକଟ ୭୭ ନମ୍ବର ଗେଟ୍ ନିକଟରେ ମହାନଦୀ ପାଣିରେ ଭାସିଆସିଲେ ୨୦ରୁ ଊର୍ଦ୍ଧ୍ୱ ମଇଁଷି । ମଇଁଷି ପଲ ମହାନଦୀର ପ୍ରଖର ସ୍ରୋତରେ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରୁଛି ।
ତେବେ ମହାନଦୀର ପ୍ରଖର ସ୍ରୋତ ଯୋଗୁଁ ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ମଇଁଷିଗୁଡ଼ିକୁ ଉଦ୍ଧାର କରାଯାଇପାରିନାହିଁ । ତେବେ ମଇଁଷି ପଲ କେଉଁଠୁ ଭାସିଆସିଲେ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ମହାନଦୀରେ ମଇଁଷି ପଲ ଭାସୁଥିବା ଦେଖି ଯୋବ୍ରା ବ୍ୟାରେଜ୍ ନିକଟରେ ଲୋକଙ୍କ ଭିଡ଼ ଜମିଛି ।






