ଏ.କେ ବ୍ୟୁରୋ : ଗଞ୍ଜାମ ଜିଲ୍ଳା ବୁଗୁଡ଼ା ସ୍ଥିତ ପିପୁଲସ୍ କଲେଜ୍ ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ପକ୍ଷ ରୁ ୧୨ ତାରିଖ ଦିନ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି।

ଯୁବ ରେଡ୍ କ୍ରସ୍ ଉପଦେଷ୍ଟା ଅଧ୍ୟାପକ ଶ୍ରୀ ପବିତ୍ର ଖଣ୍ଡୁଆଳ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ରାଜନୀତୀ ବିଜ୍ଞାନ ବିଭାଗ ର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ଅଖୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଏଚ୍ ଆଇ ଭି କାଉଁସିଲର ରଶ୍ମି ରେଖା ରାଉତ ଯୋଗଦେଇ ସ୍ବେଛାସେବୀ ମାନଙ୍କୁ ଏଚ୍ ଆଇ ଭି ସଂକ୍ରମଣ ର କାରଣ ନିରାକରଣ ସମ୍ବନ୍ଧିତ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ୫୦ ରୁ ଉର୍ଦ୍ଧ ସ୍ବେଛାସେବୀ ଯୋଗଦାନ କରିଥିଲେ






