ବନ୍ତଳା, ୯/୭/୨୬: ବହୁ ପ୍ରତୀକ୍ଷିତ ଅନୁଗୋଳ ବ୍ଲକ ବନ୍ତଳା ଅଞ୍ଚଳର ହିଡ଼ିସିଂହ ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ବୁଧବାର ପରିବେଶ ସମ୍ବନ୍ଧୀୟ ଜନଶୁଣଣି ନନ୍ଦପୁର ପଂଚାୟତ କରଡ଼ାସିଂହ ମା’
ମତ ରଖିବାକୁ ହିଡ଼ିସିଂହବାସୀଙ୍କୁ ସୁଯୋଗ ଦେଲେନି,ବୁଢ଼ା ଠାକୁରାଣୀ ପୀଠଠାରେ ଅନୁଷ୍ଠିତ ହୋଇଛି। ପ୍ରକଳ୍ପ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହେବାକୁ ଥିବା ହିଡ଼ିସିଂହ ଗ୍ରାମବାସୀଙ୍କୁ ମତ ରଖିବାକୁ ସୁଯୋଗ ନଦେବାରୁ ବୈଠକରେ ଉପସ୍ଥିତ ଥିବା ଗ୍ରାମର ଦୁଇ ଶହେରୁ ଅଧିକ ପୁରୁଷ ଓ ମହିଳା ଉଠିଆସିଥିଲେ। ତେବେ ବୈଠକ ସଫଳତାର ସହ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ଜୁନ୍ ୧୮ ତାରିଖରେ ବୈଠକ ସ୍ଥିରୀକୃତ ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ଆଜିର ତାରିଖକୁ ଘୁଞ୍ଚିଥିଲା । ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ରମେଶ ଚନ୍ଦ୍ର ଏହା ଯୋଗ ଦେଇଥିଲେ । ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ନିରଞ୍ଜନ ଦେତୁରା,

ନନ୍ଦପୁର ସରପଞ୍ଚ ଜଗବନ୍ଧୁ ସାହୁଙ୍କ ସମେତ ଜରଡ଼ାସିଂହ, ମଧୁପୁର, କରତପଟା, ନପୁର, ମାଧପୁର, ବ୍ରହ୍ମପୁର, ପୋକଡୁଙ୍ଗୀ, ନନ୍ଦପୁର, ଧୋକୃଗ, ଶଙ୍ଖପୁର, ତଳଗଡ଼, ବାରଗୌଣିଆ, ଦତଳା, ରଙ୍କରବନ୍ଧ, କୁମ୍ଭରିସିଂହା, ବଲାସିଙ୍ଗା, ବାଳୁଅକଟା, ଛେଳିଆପଡା, ଅଙ୍ଗାରବନ୍ଧ, ବଲଙ୍ଗ ଗ୍ରାମବାସୀ ଓ ପଞ୍ଚାୟତ ଲୋକ ପ୍ରତିନିଧି ଯୋଗ ଦେଇ ପ୍ରକଳ୍ପ ସମ୍ଭନ୍ଧରେ ମତ ରଖିଥିଲେ ।
ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ହିଡ଼ିସିଂହ ଗ୍ରାମର କୌଣସି ଅଧିବାସୀଙ୍କୁ ସେମାନଙ୍କ ମତ ରଖିବାକୁ ସୁଯୋଗ ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରକଳ୍ପ ଦ୍ୱାରା ଶତାଧିକ ପରିବାର
ବିସ୍ଥାପିତ ହେବେ। କ୍ଷତିପୂରଣ, ଥଇଥାନ ନେଇ କୌଣସି ଆଲୋଚନା ହୋଇନଥିବା ବେଳେ ସେମାନଙ୍କୁ ମନ ରଖିବାକୁ ବି ସୁଯୋଗ ଦିଆନଯିବାରୁ ଦୁଇ ଶହରୁ ଅଧିକ ପୁରୁଷ ଓ ମହିଳା ବୈଠକ ଅଧାରୁ ଉଠି ଆସିଥିଲେ। ପରେ ଗ୍ରାମବାସୀଙ୍କୁ ବିଧାୟକ ଶ୍ରୀ ପ୍ରଧାନ ବୁଝାସୁଖୀ କରିଥିଲେ।
ସୂଚନାଯୋଗ୍ୟ, ହିଡିସିଂହ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୩ଟି ପଞ୍ଚାୟତ ଅଧୀନ ୫୦ଟି ଗ୍ରାମର ଚାଷୀ ଉପକୃତ ହେବେ। ଖରିଫ୍ ଋତୁରେ ଏହି ପ୍ରକଳ୍ପରୁ ମୋଟ୍ ୨୩.୬.୬ ହେକ୍ଟର ଓ ରବି ଋତୁରେ ୭୪୦ ହେକ୍ଟର
ଚାଷ ଜମିରେ ପାଣି ମାଡ଼ିବ। ଅନୁଗୁଳ ବ୍ଳକ୍ କରତପଟା ନିକଟ କରଡାସିଂହା ନିକଟରେ ବଉଳି ନାଳ ଉପରେ ନିର୍ମାଣ ହେବ ଏହି ପ୍ରକଳ୍ପ । ପ୍ରକଳ୍ପ ନିମନ୍ତେ ମୋଟ୍ ୪୩୭.୩୩ ହେକ୍ଟର ଜମି ଲୋଡ଼ା ପଡ଼ିବ ।

ଏଥିରେ ୮୭.୫୨୦ ହେକ୍ଟର ଜଙ୍ଗଲ ଓ ୩୪୯,୮୧୦ ହେକ୍ଟର ଅଣ ଜଙ୍ଗଲ ଜମି ରହିଛି। ଡ୍ୟାମ୍ ପାଇଁ ବଳି ପଡୁଥିବା ମୋଟ୍ ୮୭.୫୨୦ ହେକ୍ଟର ଜଙ୍ଗଲ ଜମି ମଧ୍ୟରେ ୩୮ ୨୧୯ ହେକ୍ଟର ସଂରକ୍ଷିତ ଜଙ୍ଗଲ ଓ ପ୍ରସ୍ତାବିତ ଜଙ୍ଗଲ ଜମି, ୭.୪୪୯ ହେକ୍ଟର ରାଜ ଜଙ୍ଗଳ, ୧୯.୫୫ ହେକ୍ଟର ଡିଏନ୍ସି ଜଙ୍ଗଲ ଓ ୨୧.୯୦୨ ହେକ୍ଟର ବ୍ୟକ୍ତିଗତ ଜଙ୍ଗଲ ଜମି ରହିଛି। ଅପରପକ୍ଷରେ ମୋଟ୍ ୩୪୯,୮୧୦ ହେକ୍ଟର ଅଣ ଜଙ୍ଗଲ ଜମି ମଧ୍ୟରେ ୨୮୭.୫୭୯ ହେକ୍ଟର ବ୍ୟକ୍ତିଗତ ଅଣ ଜଙ୍ଗଲ ଜମି ଓ ୬୨.୨୩ ହେକ୍ଟର ସରକାରୀ ଅଣ ଜଙ୍ଗଲ ଜମି ରହିଥିବା ପରିବେଶ ମଞ୍ଜୁରୀ ପତ୍ରରେ ଉଲ୍ଲେଖ କରାଯାଇଛି ।
ସେହିପରି ପ୍ରକଳ୍ପ ଦ୍ଵାରା ୩.୫ କିଲୋମିଟର ପୂର୍ବ ରାସ୍ତା ପାଣିରେ ବୁଡ଼ିବ । ଏହି ରାସ୍ତା ପରିବର୍ତ୍ତେ ୫ କିଲୋମିଟର ନୂତନ ରକ୍ଷା କରତପଟା ଗ୍ରାମ ଦେଇ ପବଲା, କୃଷ୍ଣଚକୁ ଗଡ଼ ଜଙ୍ଗଲ ମଧ୍ୟରେ ପମ୍ପସର ପୋଲ ପାଖରେ ମିଶିବ । ରାସ୍ତା ନିର୍ମାଣ ନିମନ୍ତେ ପିଲର ,ପୋଣ୍ଟି ୱିକିପିଏସ୍ ଓ ଜିପିଏସ୍ ରିଣ୍ଡି କାର୍ଯ୍ୟ ଶେଷ ହୋଇଥିବା ଜଣାଯାଉଛି!
ଅନୁଗୋଳ ଶ୍ୟାମଘନ ନାଏକ ଙ୍କ ରିପୋର୍ଟ ଆପଣଙ୍କ ଖବର






