ଏ.କେ ବ୍ୟୁରୋ : କଟକ ଜିଲ୍ଲା ବାଲିଯାତ୍ରା ପଡିଆ
ଚହଟାଘାଟରୁ ସର୍ପେଶ୍ୱର ମନ୍ଦିରକୁ ନେଉଛନ୍ତି ପାଣିଭାର କାନ୍ଧେଇଛନ୍ତି ୧୪ କାଉଡ଼ିଆ ପ୍ରତିବର୍ଷ ପରି ଚଳିତ ବର୍ଷ ବିଡ଼ାନାସୀ କୁମ୍ଭାରସାହି ତ୍ରିନାଥ ଯୁବକ ସଂଘ ପକ୍ଷରୁ ସହରର ସବୁଠାରୁ ବଡ଼ କାଉଡ଼ି ଭାରରେ ପାଣି ନେଇ କାଉଡ଼ିଆମାନେ ବାହାରିଛନ୍ତି। ଧନୁ ଆକୃତିର ଏହି କାଉଡ଼ି ଭାରକୁ ଦେଖିବା ପାଇଁ ଚହଟା ଘାଟ ନିକଟରେ ରବିବାର ଅପରାହ୍ନରେ ଲୋକଙ୍କ ଭିଡ଼ ଜମିଥିଲା।
ଏହି କାଉଡ଼ି ଭାରର ଲମ୍ବ ୩୫ ଫୁଟ୍ ଏବଂ ଉଚ୍ଚତା ୧୫ ଫୁଟ୍ ରହିଛି। କାଠ ଓ ବାଉଁଶରେ ତିଆରି ଏହି ଭାରକୁ ଫୁଲ ଦ୍ୱାରା ସୁସଜ୍ଜିତ କରାଯାଇଛି। ସଂଘର ୧୫୦ରୁ ଅଧିକ ଯୁବକ ଓ ମହିଳାମାନେ ଆଜି ସନ୍ଧ୍ୟାରେ ବିଡ଼ାନାସୀସ୍ଥିତ ମହାନଦୀର ଚହଟା ଘାଟରୁ ପାଣି ଉଠାଇ ପୂଜାର୍ଚ୍ଚନା କରି ଆଠଗଡ଼ର ସର୍ପେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏହି ବଡ଼ ଭାରରେ ଦୁଇଟି ଗରା(ମାଠିଆ)ରେ ୩୦ ଲିଟର କ୍ଷୀର ଓ ଗୋଟିଏ ଗରାରେ ଜଳ ଥିବାବେଳେ ଭାରକୁ ୧୪ ଜଣ କାଉଡ଼ିଆ କାନ୍ଧେଇ ନେଉଛନ୍ତି।
୨୦୦୮ ମସିହାରୁ ତ୍ରିନାଥ ଯୁବକ ସଂଘର କର୍ମକର୍ତ୍ତା ବଡ଼ ଭାରରେ ଠାକୁରଙ୍କ ପାଇଁ ପାଣି ନେଉଛନ୍ତି। ତିଆରି ପାଇଁ ଏକ ସପ୍ତାହ ଲାଗିଥିବା ବେଳେ ପାଖାପାଖି ୩୦ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଚଳିତ ବର୍ଷ ୨୦ କେଜିର ଦୁଇଟି ଘଣ୍ଟି ନୂଆ ଲାଗିଛି ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






