ଏ.କେ ବ୍ୟୁରୋ : ଅଟଳ ସେନା ଓଡ଼ିଶା ପକ୍ଷରୁ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସାଲେପୁର ନିକଟସ୍ଥ ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ସଭାଗୃହ ପିକୋଳ ଠାରେ ଅଟଳ ସେନା ରାଜ୍ଯ ସଭାପତି ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ପାଳିତ ହୋଇ ଯାଇଅଛି ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେପୁର ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଉମେଶ ଚନ୍ଦ୍ର ପତି ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଭଳି ନିଜକୁ ଗଢ଼ି ତୋଳିବାକୁ ଅଟଳ ସୈନିକ ମାନଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଅଟଳ ସେନା ଚିନ୍ତନ ପରିଷଦର ଉପାଧ୍ୟକ୍ଷ ଡଃ ପ୍ରଭାତ କିଶୋର ନାୟକ ଯୋଗ ଦେଇ ଦେଶ ସ୍ୱାଧୀନତାରେ ଉଭୟ ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ।ସମ୍ମାନୀୟ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁକାନ୍ତ କିଶୋର ମହାନ୍ତି , ଶିକ୍ଷାବିତ୍ ଭିକାରୀ ଚରଣ ବେହେରା, ସମାଜସେବୀ ମଇନା ବେହେରା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଝରି ସୁନ୍ଦର୍ ମଲ୍ଲିକ୍ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସସ୍ମିତା ବେହେରା, ରୁକ୍ସାର୍ ବେଗମ୍, କୃଷ୍ଣଚନ୍ଦ୍ର ଦାସ, ସନ୍ତୋଷ ସାମଲ, ଦୀପା ମଲ୍ଲିକ୍ , ପୁରସ୍ତମ୍ ବେହେରା, ସୌଦାମିନୀ ମଲ୍ଲିକ୍, ସସ୍ମିତା ମଲ୍ଲିକ, ମେଘନା ବେହେରା ସହଯୋଗ କରିଥିଲେ । ଧ୍ରୁବାନନ୍ଦ ଶରଣ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଜୁଲତା ମଲ୍ଲିକ୍ ଧନ୍ୟଵାଦ ଅର୍ପଣ କରିଥିଲେ ।






