ଏ.କେ ବ୍ୟୁରୋ : ଅନୁଗୋଳରେ ହଣ୍ଡପା ପୋଲିସର ବଡ଼ ଚଢ଼ାଉ ୩୪ ଗୋଟି ଗୋରୁ ଉଦ୍ଧାର, ପରିବହନ କଣ୍ଟେନର ଜବତ; ୭ ଅଭିଯୁକ୍ତ ଗିରଫ

ଅନୁଗୋଳ ଜିଲ୍ଲାର ହଣ୍ଡପା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଗୋରୁ ଚୋରାଚାଲାଣ ବେଳେ ୩୪ ଗୋଟି ଗୋରୁ ଉଦ୍ଧାର କରିଛି। ଏହାସହ ଗୋରୁ ପରିବହନରେ ବ୍ୟବହୃତ ଏକ କଣ୍ଟେନର ଜବତ କରାଯାଇଛି। ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ହଣ୍ଡପା ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।






