ଏ.କେ ବ୍ୟୁରୋ : କୁଆଡେ ଗଲା ମୌସୁମୀ ? ସାଟେଲାଇଟ୍ ଇମେଜରେ ଦୃଶ୍ୟମାନ ହେଉନି ବାଦଲ । ଦେଶରେ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା । ଉପର ବାୟୁମଣ୍ଡଳରେ ପବନର ଚାପ ଯୋଗୁ ପଜ୍ ହୋଇଯାଇଛି ମୌସୁମୀ ।

ଜୁନର ଅଧା ହୋଇ ସାରିଲାଣି । କିନ୍ତୁ ଭାରତର ଜୀବନ ରେଖା ଦକ୍ଷିଣ ପଶ୍ଚିମ ମୌସୁମୀ ଗାଏବ ଅଛି । ୪ ଜୁନ୍ ରୁ ୧୫ ଜୁନ୍ ମଧ୍ୟରେ ଦେଶରେ ସାଧାରଣ ୫୩.୭ ମିମି ବର୍ଷା ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୯.୨ ମିମି ବର୍ଷା ହୋଇଛି । ଅର୍ଥାତ ଦେଶବ୍ୟାପୀ ୬୪% ବର୍ଷା ହ୍ରାସ ପାଇଛି। ଅନ୍ୟପଟେ ଆଜି ପୁରା ରାଜ୍ୟକୁ କାଳବୈଶାଖୀ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେଥିରୁ ବିଜୁଳି ଘଡଘଡି ସହ ଝଡବର୍ଷା ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଦୁଇ ଜିଲ୍ଲା କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୭ ଏବଂ ୧୮ ତାରିଖରେ ମଧ୍ୟ ପୁରା ରାଜ୍ୟକୁ କାଳବୈଶାଖୀ ଚେତାବନୀ ଜାରି ହୋଇଛି । ରାଜ୍ୟରେ ୧୯ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ।






