ଏ.କେ ବ୍ୟୁରୋ : କଳାହାଣ୍ଡି କରଲାଖୁଣ୍ଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କିର ସେଣ୍ଟ୍ରିଂ କାମ ହେଉଥିବା ବେଳେ ଶ୍ବାସରୁଦ୍ଧ ହୋଇ ୬ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କଳାହାଣ୍ଡି କରଲାଖୁଣ୍ଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କିର ସେଣ୍ଟ୍ରିଂ କାମ ହେଉଥିବା ବେଳେ ଶ୍ବାସରୁଦ୍ଧ ହୋଇ ୬ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । କରଲାଖୁଣ୍ଟା ଗାଁରେ ନିମାଇ ପାଲ ନିଜ ଘରର ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲୁ ଥିବାବେଳେ ଟାଙ୍କିରେ ଜଣେ ପରେ ଜଣେ ପଶି ୬ ଜଣ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକ ମାନେ ହେଲେ ମଦନପୁର ରାମପୁର କରଲାଖୁଣ୍ଟା ଗାଁର ନିମଇ ପାଲ, ତାଙ୍କ ପୁଅ ଆକାଶ ପାଲ, ଅଦଳ ନାଏକ, ରଞ୍ଜନ ଥାନା । ଏହାସହ ସାଲେପାଲିର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପଙ୍କଜ ଭୋଇଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ଏମାନେ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ ଯାଇଥିଲେ । ଏହି ସମୟରେ ଯିଏ ପଶିଲେ ଆଉ ବାହାରିଲେ ନାହିଁ । ଜଣେ ଅନ୍ୟ ଜଣଙ୍କୁ ଖୋଜି ଯିବାବେଳେ ସମସ୍ତ ଙ୍କ ମୃତ୍ୟୁ ଘଟିଥିବାବେଳେ ସେଣ୍ଟ୍ରିଙ୍ଗ ବି ଏମାନଙ୍କ ଉପରେ ପଡି ଯାଇଥିଲା । ଫଳରେ ଉଦ୍ଧାର ହେଲା ବେଳକୁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।ଜଣେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । ହସ୍ପିଟାଲରେ ଓ ଗାଁର ପରିବେଶ କାନ୍ଦ ବୋବାଳିରେ ଫାଟି ଯାଉଛି ।






