ଏ.କେ ବ୍ୟୁରୋ : ଆର୍ଥିକ ବର୍ଷ ୨୦୨୪-୨୫ରେ ନୋଟ୍ ଛାପିବା ପାଇଁ ଆରବିଆଇ ପ୍ରାୟ ୬,୩୭୨.୮ କୋଟି ଡଲାର ଟଙ୍କା ଖର୍ଚ୍ଚ କରିଥିଲା। ଯଦିଓ ଗତ ଆର୍ଥିକ ବର୍ଷ ୨୦୨୫-୨୬ରେ ଏହି ଖର୍ଚ୍ଚ କମି ୪,୮୭୫ କୋଟି ଡଲାର ହୋଇଛି, ତଥାପି ଏହା ଏକ ବଡ଼ ଆମାଉଣ୍ଟ୍ । ଭାରତୀୟ ମୁଦ୍ରା ବଜାରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କାଗଜ ନୋଟ୍ ବଦଳରେ ଏବେ ଆପଣଙ୍କ ପକେଟ୍କୁ ଆସିପାରେ ଏ.କେ ବ୍ୟୁରୋ : ପ୍ଲାଷ୍ଟିକ୍ ନୋଟ୍ ।
ହଁ ଦର୍ଶକବନ୍ଧୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ବହୁ ପ୍ରତୀକ୍ଷିତ ‘ପ୍ଲାଷ୍ଟିକ୍ ବ୍ୟାଙ୍କ ନୋଟ୍’ ଯୋଜନା ଉପରେ ପୁଣି ଥରେ କାମ ଆରମ୍ଭ କରିଛି। ନିକଟରେ ଅନୁଷ୍ଠିତ ପାଟନା ଏବଂ ମୁମ୍ବାଇ ବୋର୍ଡ ବୈଠକରେ ଏହି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି। ସାଧାରଣତଃ ଆମେ ବ୍ୟବହାର କରୁଥିବା କାଗଜ ନୋଟ୍ଗୁଡ଼ିକ ଖୁବ୍ ଶୀଘ୍ର ଚିରିଯାଏ କିମ୍ବା ମଇଳା ହୋଇ ଖରାପ ହୋଇଯାଏ । ଏହାକୁ ବଦଳାଇବା ପାଇଁ ଆରବିଆଇକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆର୍ଥିକ ବର୍ଷ ୨୦୨୪-୨୫ରେ ନୋଟ୍ ଛାପିବା ପାଇଁ ଆରବିଆଇ ପ୍ରାୟ ୬,୩୭୨.୮ କୋଟି ଡଲାର ଟଙ୍କା ଖର୍ଚ୍ଚ କରିଥିଲା। ଯଦିଓ ଗତ ଆର୍ଥିକ ବର୍ଷ ୨୦୨୫-୨୬ରେ ଏହି ଖର୍ଚ୍ଚ କମି ୪,୮୭୫ କୋଟି ଡଲାର ହୋଇଛି, ତଥାପି ଏହା ଏକ ବଡ଼ ଆମାଉଣ୍ଟ୍ । ୨୦୨୪-୨୫ରେ ପ୍ରାୟ ୨୩.୮ ଡଲାର ଅରବ ଖରାପ ନୋଟ୍ ବଜାରରୁ ହଟାଯାଇଥିଲା ଯାହା ଗତବର୍ଷ ୧୭.୨୦ ଡଲାର ଅରବ ରହିଛି। ଏହି ସମସ୍ୟାର ସମାଧାନ ହେଉଛି ‘ପଲିମର୍’ ବା ପ୍ଲାଷ୍ଟିକ୍ ନୋଟ୍, ଯାହାର ଆୟୁଷ କାଗଜ ନୋଟ୍ ତୁଳନାରେ ଯଥେଷ୍ଟ ଅଧିକ। ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ୨୦୧୨ ମସିହାରେ ତତ୍କାଳୀନ ସରକାର ଦେଶର ୫ଟି ସହରରେ ୧୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ର ପାଇଲଟ୍ ପ୍ରୋଜେକ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆଉ ସେହି ୫ଟି ସହର ମଧ୍ୟରେ ଆମ ଓଡ଼ିଶାର ଭୁବନେଶ୍ୱର ସହର ମଧ୍ୟ ସାମିଲ ଥିଲା। ଅନ୍ୟ ସହରଗୁଡ଼ିକ ହେଲା କୋଚି, ମହିସୂର, ଜୟପୁର ଏବଂ ଶିମଲା। କିନ୍ତୁ ସେତେବେଳେ କିଛି ବୈଷୟିକ ସମସ୍ୟା ଯୋଗୁଁ ଏହା ଅଟକି ଯାଇଥିଲା ଯାହାକୁ ଏବେ ସୁଧାରି ଦିଆଯାଇଛି।ତେବେ ଏହି ନୋଟ୍ ଏକ ପତଳା ଏବଂ ନମନୀୟ ପ୍ଲାଷ୍ଟିକରେ ତିଆରି ଯାହା ଏଟିଏମ୍ କାର୍ଡ ଭଳି ଟାଣ ହେବନାହିଁ। ଏହା ଅତ୍ୟନ୍ତ ହାଲୁକା ଏବଂ କାଗଜ ନୋଟ୍ ଭଳି ସହଜରେ ମୋଡ଼ି ହୋଇପାରିବ । ଏଥିରେ ପାଣି କିମ୍ବା ମଇଳାର କୌଣସି ପ୍ରଭାବ ପଡ଼ିବ ନାହିଁ । ସବୁଠାରୁ ବଡ଼ କଥା ହେଲା, ମାଇକ୍ରୋ-ଅପ୍ଟିକ ହୋଲୋଗ୍ରାମ୍ ଏବଂ ସ୍ୱତନ୍ତ୍ର କାଳି ଯୋଗୁଁ ଏହାର ନକଲି ବା ଜାଲ୍ ନୋଟ୍ ପ୍ରସ୍ତୁତ କରିବା ଅସମ୍ଭବ। ବର୍ତ୍ତମାନ ବିଶ୍ୱର ପ୍ରାୟ ୬୦ଟି ଦେଶରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳିତ । ୧୯୮୮ରେ ଅଷ୍ଟ୍ରେଲିଆ ଏହାକୁ ପ୍ରଥମେ ଆପଣାଇଥିବା ବେଳେ ବର୍ତ୍ତମାନ କାନାଡା, ବ୍ରିଟେନ, ସିଙ୍ଗାପୁର ଏବଂ ମାଲେସିଆ ଭଳି ଦେଶ ଏହାକୁ ବ୍ୟବହାର କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା, ଆରବିଆଇ କେବେ ଏହି ବଡ଼ ନିଷ୍ପତ୍ତିର ଆନୁଷ୍ଠାନିକ ଘୋଷଣା କରୁଛି।






