ଏ.କେ ବ୍ୟୁରୋ :: ଗ୍ରୀଷ୍ମ ରତୁରେ ଶରୀରକୁ ଥଣ୍ତା ରଖିବା ପାଇଁ ଆମେ ବିଭିନ୍ନ ପାନୀୟ ପିଇଥାଉ । ସେହି ପାନୀୟ ଆମେ ଘରେ ବନାଇଥାଉ କିମ୍ବା ବାହାରେ ଶରୀର ଥଣ୍ତା ରଖିବା ପାଇଁ ଆମେ ମୃଦୃପାନୀୟ ପିଇଥାଉ । ଗ୍ରୀଷ୍ମ ରତୁରେ ଶରୀରକୁ ଥଣ୍ତା ରଖିବା ପାଇଁ ଆମେ ବିଭିନ୍ନ ପାନୀୟ ପିଇଥାଉ । ସେହି ପାନୀୟ ଆମେ ଘରେ ବନାଇଥାଉ କିମ୍ବା ବାହାରେ ଶରୀର ଥଣ୍ତା ରଖିବା ପାଇଁ ଆମେ ମୃଦୃପାନୀୟ ପିଇଥାଉ । କିନ୍ତୁ ସେହି ପାନୀୟ ଆମ ଶରୀରକୁ କ୍ଷତି ପହଂଚାଇଥାଉ । ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ଓ ସୁସ୍ଥ ରଖିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ସରବତ ଏବଂ ଜୁସ୍ ପିଇଥାନ୍ତି। ଏହି ସମୟରେ ଅଅଁଳା ସରବତ ଏକ ଅତ୍ୟନ୍ତ ଉପକାରୀ ଓ ସ୍ୱାଦିଷ୍ଟ ପାନୀୟ ଭାବେ ପରିଚିତ।

କାରଣ ଅଁଳା ରେ ଭିଟାମିନ୍-ସି, ଆଣ୍ଟିଅକ୍ସିଡେଣ୍ଟ ଏବଂ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରକୁ ତାଜା ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଗରମ ଦିନରେ ଏହା ପିଇଲେ ଶରୀରକୁ ଶୀତଳ ମିଳିଥାଏ ଏବଂ କ୍ଲାନ୍ତି କମିଯାଏ।
ଏବେ ଜାଣନ୍ତୁ ଏହାକୁ ବନାଇବାର ସହଜ ଉପାୟ
ଅଅଁଳା ସରବତ ବନାଇବା ଖୁବ ସହଜ । ଏଥିପାଇଁ ୪ରୁ ୫ଟି ତାଜା ଅଅଁଳା , ଏକ ଛୋଟ ଅଦା , ଅଧା ଚାମଚ କଳା ଲୁଣ, ଦୁଇ କପ୍ ପାଣି ଏବଂ ସ୍ବାଦ ଅନୁସାରେ ମହୁ କିମ୍ବା ଚିନି ଦରକାର ହୋଇଥାଏ । ପ୍ରଥମେ ଅଅଁଳା କୁ ଭଲଭାବେ ଧୋଇ ଛୋଟ ଛୋଟ କରି ରାଟି ଦିଅନ୍ତୁ । ପରେ ସେହି କଟା ଅଅଁଳା କୁ ଅଦା, ପାଣି ଏବଂ କଳା ଲୁଣ ଦେଇ ଭଲଭାବେ ମିକ୍ସ କରିଦିଅନ୍ତୁ । ଯେତେବେଳେ ଏହା ହୋଇଯିବ , ତାହାକୁ ଛାଣି ଗ୍ଲାସ୍ରେ ଢାଳନ୍ତୁ , ଏହାକୁ ଯେତେ ଥଣ୍ତା କରି ପିଇବେ ତାହା ପାଟି ସ୍ବାଦ ଲାଗିବ ସହ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ ।
। ଚାହିଲେ ତାହାରେ ମହୁ କିମ୍ବା ଚିନି ମିଶାଇ ସ୍ୱାଦ ବଢ଼ାଇପାରିବେ। ଥଣ୍ଡା କରି ପିଇଲେ ଏହାର ସ୍ୱାଦ ଅଧିକ ଭଲ ଲାଗେ। ଏଥିସହ ଏହା ଶରୀରରେ ଇମ୍ୟୁନିଟି ବଢାଇଥାଏ ଓ ଆମକୁ ରୋଗରୁ ସୁରକ୍ଷା ଦେଇଥାଏ । ଅଅଁଳା ରେ ଥିବା ଭିଟାମିନ୍-ସି ଚର୍ମକୁ ଉଜ୍ଜ୍ୱଳ ରଖିବାରେ ସାହାଯ୍ୟ କରେ ଏବଂ ଚୁଟିକୁ ମଧ୍ୟ ଶକ୍ତିଶାଳୀ କରେ । ଏହା ପାଚନତନ୍ତ୍ରକୁ ଭଲ ରଖିବା ସହ ପେଟ ସମସ୍ୟାକୁ କମାଇଥାଏ। ସକାଳେ ଖାଲି ପେଟରେ ଅଅଁଳା କୁ ଜୁସ୍ କିମ୍ବା ଶରବତ ପିଇବାକୁ ଅଧିକ ଉପକାରୀ ମନାଯାଏ । ଗ୍ରୀଷ୍ମ ଦିନରେ ଲୁ ଲାଗିବା, ଶରୀରରେ ପାଣିର ଅଭାବ ଏବଂ କ୍ଲାନ୍ତି ଭଳି ସମସ୍ୟା ହୋଇଥାଏ । ଏପରି ସମୟରେ ଅଅଁଳା ସର୍ବତ ଶରୀରକୁ ତୁରନ୍ତ ଏନର୍ଜି ଦେଇଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖି ଶୀତଳତା ଦିଏ । ଅନେକ ଲୋକ ଏଥିରେ ପୁଦିନା ପତ୍ର କିମ୍ବା ଲେମ୍ବୁ ରସ ମିଶାଇ ଅଧିକ ସ୍ୱାଦିଷ୍ଟ କରନ୍ତି ।






