ଏ.କେ ବ୍ୟୁରୋ : ଚିଲିକାରେ ବେଆଇନ ଅବରୋଧ ହଟାଇବାକୁ ପ୍ରୟାସ । ଅଣ୍ଟା ଭିଡିଲେ ମତ୍ସ୍ୟଜୀବୀ । ଚିଲିକାରେ ମାଛ ମାରି ପରିବାର ପୋଷନ୍ତି ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ । ହେଲେ ଏବେ ଚିଲିକା ଭିତରେ ବେଆଇନ ଅବରୋଧ କରି ଘେରି ନିର୍ମାଣ କରୁଛନ୍ତି ପ୍ରଭାବଶୀଳ ବ୍ୟକ୍ତି । ଯେଉଁଥିରୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏହାସହ ଜିରୋ ନେଟ୍, ରିଙ୍ଗ ନେଟ୍ ପକାଇ ମାଛ ବଢ଼ିବା ପୂର୍ବରୁ ସେମାନଙ୍କୁ ଧରି ନେଉଛନ୍ତି ।
ଅନ୍ୟପଟେ ମୁହାଣ ନଖୋଳା ହେବା ଯୋଗୁଁ ଚିଲିକାରେ ମାଛ ସଂଖ୍ୟା ହ୍ରାସ ପାଉଛି । ଯାହା ଫଳରେ ପାରମ୍ପରିକ ମସ୍ୟଜୀବୀମାନଙ୍କର ଜୀବନ ଜୀବିକା ଏବେ ସଙ୍କଟରେ । ତେଣୁ ମସ୍ୟଜୀବୀ ମାନଙ୍କର ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବାଲୁଗାଁ କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସମିତି । ମତ୍ସ୍ୟ ସମବାୟ ସମିତିର ପରିଚାଳନା ବୋର୍ଡ ନିର୍ଦ୍ଦେଶକ ଦିଲିପ କୁମାର ବେହେରାଙ୍କନେତୃତ୍ୱରେ ୧୨ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକାର ସମସ୍ତ ଅଂଚଳକୁ ଡଙ୍ଗାରେ ଗସ୍ତ କରି ସ୍ଥିତି ପରଖିଛନ୍ତି । ଚିଲିକାରେ ଜିରୋ ନେଟ୍ ଓ କରେଣ୍ଟ ଜାଲ ନପକାଇବାକୁ ମତ୍ସ୍ୟଜୀବୀଙ୍କୁ ସଚେତନ କରାଇଛନ୍ତି । ଏହାସହ ବେଆଇନ ଘେରି ଉଛେଦ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ମତ୍ସ୍ୟଜୀବୀ ସଂଘ ।






