ଏ.କେ ବ୍ୟୁରୋ :: ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀଙ୍କ ସରକାର ଶୁକ୍ରବାର ଆରଜି କର ହସ୍ପିଟାଲରେ ଦୁଷ୍କର୍ମ –ହତ୍ୟା ମାମଲାର ପ୍ରାରମ୍ଭିକ ଯାଞ୍ଚ ବେଳେ, କର୍ତ୍ତବ୍ୟରେ ଅବହେଳାର ଅଭିଯୋଗରେ ତିନି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ କରିଛନ୍ତି ସସପେଣ୍ଡ । କହି ରଖୁଛୁ ଯେ, ମମତା ସରକାରଙ୍କ କାର୍ଯ୍ୟକାଳ ସମୟରେ ୨୦୨୪ ମସିହାରେ ଏହି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଥିଲା, ଏହାପରେ ବଡ଼ ସ୍ତରରେ ରାଜ୍ୟରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳି ଥିଲା। ରାଜ୍ୟ ସଚିବାଳୟରେ ଏହି ନିଷ୍ପତ୍ତିର ଘୋଷଣା କରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, କୋଲକାତାର ପୂର୍ବତନ ପୁଲିସ କମିଶନର ଭିନୀତ ଗୋୟଲ , ପୂର୍ବତନ ଉପାୟୁକ୍ତ ଇନ୍ଦିରା ମୁଖାର୍ଜୀ ଓ ଅଭିଷେକ ଗୁପ୍ତାଙ୍କୁ ତାଙ୍କ ବିରୋଧରେ ଆରମ୍ଭ କରାଯାଇ ଥିଲା ବିଭାଗୀୟ ଯାଞ୍ଚକୁ ନଜରରେ ରଖି ସସପେଣ୍ଡ କରିବାର ଆଦେଶ ଦିଆ ଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତିନି ଜଣ ଅଧିକାରୀ ମାମଲାକୁ ଅବହେଳାପୂର୍ଣ୍ଣ ଉପାୟରେ ସମ୍ଭାଳିବାରେ କଥିତ ଭାବେ ସାମିଲ ଥିଲେ, ପୀଡ଼ିତାଙ୍କ ମାତା-ପିତାଙ୍କୁ ଲାଞ୍ଚ ସ୍ୱରୂପ ଅର୍ଥ ଦେବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଅଗଷ୍ଟ ୨୦୨୪ରେ ହୋଇଥିବା ଏହି ଜଘନ୍ୟ କାଣ୍ଡର ସମ୍ୱନ୍ଧରେ ଏକ ଅନଧିକୃତ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରିଥିଲେ। ଶୁଭେନ୍ଦୁ ଅଧକାରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ ସରକାର ଅପରାଧର ବାସ୍ତବିକ ଯାଞ୍ଚରେ ହସ୍ତକ୍ଷେପ କରୁ ନାହାନ୍ତି , ଯାହା ସିବିଆଇ ଦ୍ୱାରା କରାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଓ ବିଭାଗୀୟ ଯାଞ୍ଚର ନେତୃତ୍ୱ ରାଜ୍ୟର ଗୃହ ସଚିବ ମୁଖ୍ୟ ସଚିବଙ୍କ ମାର୍ଗ ଦର୍ଶନରେ କରିବେ।
କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଅଗଷ୍ଟ ୨୦୨୪ରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମୃତଦେହ ହସ୍ପିଟାଲର ସେମିନାର ହଲରେ ମିଳି ଥିଲା। ପ୍ରାରମ୍ଭିକ ତଦନ୍ତରେ ରେପ୍ ଓ ହତ୍ୟାର ଆଶଙ୍କା ସାମ୍ନାକୁ ଆସିଛି, ଯାହାପରେ ସାରା ଦେଶରେ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀମାନେ ବଡ଼ ସ୍ତରରେ ବିରୋଧ ପ୍ରଦର୍ଶନ କରିଥିଲେ। ମାମଲା ହସ୍ପିଟାଲ ଗୁଡ଼ିକରେ ମହିଳା ଡାକ୍ତରଙ୍କ ସୁରକ୍ଷା, ନାଇଟ୍ ଡ୍ୟୁଟି ବ୍ୟବସ୍ଥା ଓ ସରକାରୀ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଠିଆ କରି ଦେଇଥିଲା। ପୁଲିସ ଉକ୍ତ ମାମଲାରେ ଜଣେ ସିଭିକ୍ ଭଲେଣ୍ଟିୟରଙ୍କୁ ଗିରଫ କରିଥିଲା ଏବଂ ପରେ ତଦନ୍ତର ଦାୟିତ୍ୱ କେନ୍ଦ୍ରୀୟ ଏଜେନ୍ସିକୁ ପ୍ରଦାନ କରାଯାଇ ଥିଲା। ଏହି ମାମଲା ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା ଏବଂ ଅନେକ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାପଚରି କରିଥିଲା।






