ଏ.କେ ବ୍ୟୁରୋ : ସହର ସାରା ବୁଲି ବିଏମସି କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଅଧିକାରୀ ଏବଂ ବିଭାଗୀୟ ମନ୍ତ୍ରୀମାନଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରତିବାଦ କରିଛନ୍ତି ପଳାସପଲ୍ଲୀର ଏହି ଦୁଇ ଯୁବକ।
ନିଜ ୱାର୍ଡରେ ଶୌଚାଳୟ ନିର୍ମାଣ ଦାବିରେ ହାତରେ ପ୍ଲା କାର୍ଡ ଧରି ପୂରା ଭୁବନେଶ୍ୱର ସହର ବୁଲୁଛନ୍ତି ଦୁଇ ଯୁବକ। ସହର ସାରା ବୁଲି ବିଏମସି କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଅଧିକାରୀ ଏବଂ ବିଭାଗୀୟ ମନ୍ତ୍ରୀମାନଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରତିବାଦ କରିଛନ୍ତି ପଳାସପଲ୍ଲୀର ଏହି ଦୁଇ ଯୁବକ। ଭୁବନେଶ୍ୱର ମହାନଗର ନିଗମର ୧୮ ନମ୍ବର ୱାର୍ଡରେ ଦୀର୍ଘ ଦିନ ଧରି ଜାତୀୟ ରାଜପଥ କଡ଼ରେ ଗୋଟିଏ ଶୌଚାଳୟ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ସ୍ଥାନୀୟ କର୍ପୋରେଟର କି ମେୟର କିମ୍ବା ବିଏମସିର କୌଣସି ଅଧିକାରୀ ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ଯୁବକ ଦ୍ୱୟ ଆଜି ସହର ସାରା ବୁଲି ପ୍ରତିବାଦ କରିଛନ୍ତି।
ପୂର୍ବ ସରକାର ସମୟରେ ଶୌଚାଳୟ ପାଇଁ ଅର୍ଥ ଅନୁମୋଦନ କରାଯାଇଥିବା ବେଳେ ଏହା ଭିତରେ ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ କାର୍ଯ୍ୟ ହୋଇପାରିଲା ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ବିଏମସିର ଅଭିଯୋଗ ଶୁଣାଣିରେ ମଧ୍ୟ ବାରମ୍ବାର ଉଠାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ।






