ଏ.କେ ବ୍ୟୁରୋ : କୁହନ୍ତି ଭଗବାନ ଯେତେବେଳେ ଦୁଃଖ ଦିଅନ୍ତି, ସେତେବେଳେ ସହିବାକୁ ଧୈର୍ଯ୍ୟ ବି ଦିଅନ୍ତି । ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରୁ ଆସିଥିବା ଏହି ଖବର ଆପଣଙ୍କ ଆଖିରେ ଲୁହ ଆଣିଦେବ କୁହନ୍ତି ଭଗବାନ ଯେତେବେଳେ ଦୁଃଖ ଦିଅନ୍ତି, ସେତେବେଳେ ସହିବାକୁ ଧୈର୍ଯ୍ୟ ବି ଦିଅନ୍ତି । ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରୁ ଆସିଥିବା ଏହି ଖବର ଆପଣଙ୍କ ଆଖିରେ ଲୁହ ଆଣିଦେବ ।

ନିୟତି ଏଠି ସାଜିଛି ନିଷ୍ଠୁର । ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୮ ବର୍ଷ ହେଲା ଗୋଟିଏ ଗରିବ ପରିବାର ଉପରେ ଲଦି ହୋଇପଡିଛି ଦୁଃଖର ପାହାଡ଼। ନିଜ ପୁଅକୁ ବଞ୍ଚାଇବାକୁ ଗରିବ ପରିବାରର ସଂଘର୍ଷ … ଏ ହେଉଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ ଜିଗିନପୁର ପଞ୍ଚାୟତ ମହାଜନପୁର ଗାଁ ୧୧ ନଂ ୱାର୍ଡର କାର୍ତ୍ତିକ ବେହେରାଙ୍କ ୮ ବର୍ଷର ପୁଅ ରିୟାଂଶ ବେହେରା… । ଜନ୍ମରୁ ମୂକ । ଛିଡ଼ା ହେବା ତ’ ଦୂରର କଥା, ଟିକେ ହାତ-ଗୋଡ଼ ହଲାଇବାକୁ ବି ସକ୍ଷମ ନୁହେଁ । କୌଣସି ଅଜଣା ରୋଗର ଶିକାର ହୋଇ ରିୟାଂଶଙ୍କ ହାତ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ମା’ ଉଠାଇଦେଲେ ଉଠୁଛନ୍ତି, ଖୁଆଇଦେଲେ ଖାଉଛନ୍ତି। ଶତପ୍ରତିଶତ ଦିବ୍ୟାଙ୍ଗ ପୁଅକୁ ଧରି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଗରିବ ବାପା-ମା’ । ରିୟାଂଶଙ୍କ ବାପା ଜଣେ ଦିନ ମଜୁରିଆ । ଭଙ୍ଗା ଚାଳିଆ ଘରେ ରହୁଥିବା ପରିବାର ପାଇଁ ଦୁଇ ଓଳି ମୁଠେ ଭଲରେ ଖାଇବା ସ୍ବପ୍ନ । ସେଥିରେ ନିଜ ପେଟକୁ ମାରି, ଧାର-କରଜ କରି ପୁଅର ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲ୍କୁ ନେଇଥିଲେ। ହେଲେ ଉନ୍ନତ ଚିକିତ୍ସା ପାଇଁ ବହୁତ ଟଙ୍କା ଦରକାର। ସହାୟତା ଟିକେ ପାଇଁ ବାରଦୁଆର ବୁଲିଲେ ସବୁଠି ନିରାଶ ହୋଇ ଶେଷରେ ପୁଅକୁ ଘରକୁ ଫେରାଇ ଆଣିଛନ୍ତି।






