ଏ.କେ ବ୍ୟୁରୋ : ହରଭଙ୍ଗା ଥାନା ମହାଳିକପଡ଼ା ପଞ୍ଚାୟତ ଜାବର ଗ୍ରାମର ସୁବ୍ରତ ସାହୁ (୨୩) ଓ ସନ୍ତୋଷ ସାହୁ (୨୪) ନିଜ ଗ୍ରାମକୁ ଏକ ବାଇକ ଯୋଗେ ଫେରୁଥିବା ସମୟରେ ଜାବର ଆରିଆ ସାହି ନିକଟରେ ବାଇକକୁ ଟ୍ରାକ୍ଟର ଧକ୍କା ଦେଇଥିଲା। 
ଟ୍ରାକ୍ଟର ଚାଳକ ସତ୍ୟ କହଁର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉଭୟଙ୍କ ଉପରେ ଜାଣିଶୁଣି ଟ୍ରାକ୍ଟର ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଟ୍ରାକ୍ଟର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଉଭୟ ଗୁଋତର ଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି l
ବୌଦ୍ଧରୁ କୃତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






