ଏ.କେ ବ୍ୟୁରୋ : ଆଜି ସକାଳେ ରାୟଗଡ଼ା ଥାନା ଅନ୍ତର୍ଗତ ତଳ ଗୁମ୍ମା ନିକଟରେ ଜଣେ ଫେରିବାଲାକୁ କିଛି ବ୍ୟକ୍ତି ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ।

ଏହାପରେ ଦୁର୍ବୃତ୍ତ ମାନେ ଏକ କାରରେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଚମ୍ପଟ ମାରୁଥିବା ବେଳେ ଜଣେ ଛୋଟ ପିଲାକୁ ଧକ୍କା ଦେଇଥିଲା। ଫଳରେ ସେ ଛୋଟ ପିଲାର ଦୁଇ ଗୋଡ଼ ଉପରେ କାର ଚଢ଼ିଯାଇ ଥିଲା। ଫଳରେ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇବାରୁ ସେହି କାରଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏହାପରେ କାରରେ ଥିବା କିଛି ବ୍ୟକ୍ତି ପାହାଡ଼ ଚଢ଼ି ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଆହତ ପିଲାକୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କୁମ୍ବିକୋଟା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ର ଶିକାର ହୋଇଥିବା ଫେରିବାଲା ରାୟଗଡ଼ା ଥାନାରେ ପହଞ୍ଚି ଏ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ରାୟଗଡ଼ା ରୁ ନରେନ୍ଦ୍ର ନିଶାଲ ଙ୍କ ରିପୋର୍ଟ ଆପଣଙ୍କ ଖବର






