ଏ.କେ ବ୍ୟୁରୋ : ବଢିଲା ବାଲିଅନ୍ତା ବର୍ବରତାର ତଦନ୍ତ ପରିସର । ସୌମ୍ୟ ହତ୍ୟାର ପ୍ରମାଣ ଖୋଜିବ NHRC । ମିଳିବ କି ମୃତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନଙ୍କୁ ନ୍ୟାୟ ? ଆଜିଠୁ ପାଞ୍ଚ ଦିନ ଯାଏ ତଦନ୍ତ କରିବ NHRCର ଦୁଇଜଣିଆ ଟିମ ।
ବାଲିଅନ୍ତା ଗ୍ରାଉଣ୍ଡରୁ ହେବ ପ୍ରମାଣ ସଂଗ୍ରହ। ଓମ, ଯୁବତୀ ଓ ବାଲିଅନ୍ତା ପୋଲିସ କର୍ମଚାରୀଙ୍କୁ ହେବ ଜେରା । ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ଆଜିଠୁ ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ । ଏନଏଚଆରସିର ଦୁଇଜଣିଆ ଟିମ ୫ ତାରିଖ ପର୍ଯ୍ୟନ୍ତ ସରଜମିନ ତଦନ୍ତ କରିବେ । ବାଲିଅନ୍ତା ଭିଙ୍ଗାରପୁର ଘଟଣାସ୍ଥଳରୁ ହେବ ପିଟିପିଟି ହତ୍ୟାର ଖୋଳତାଡ଼ ।
କେଉଁ ପରିସ୍ଥିତିରେ ଆରମ୍ଭ ହେଲା ଯୁବତୀଙ୍କ ସହ ବଚସା? କେମିତି କମ ସମୟରେ ଜମା ହେଲା ଭିଡ଼? ପୋଲିସକୁ ଖବର କେତେବେଳେ ମିଳିଲା? ପୋଲିସ ଉପସ୍ଥିତିରେ କେମିତି ସୌମ୍ୟଙ୍କ ଉପରେ ହେଲା ଭିଡ଼ ଆକ୍ରମଣ? ସୌମ୍ୟଙ୍କୁ ରକ୍ଷା କରିବାକୁ ପୋଲିସ କି ପଦକ୍ଷେପ ନେଇଥିଲା? ସୌମ୍ୟଙ୍କ ସାଙ୍ଗ ଓମ୍, ଦୁଇ ଅଭିଯୋଗକାରୀ ଯୁବତୀ, ସେଠାରେ ଥିବା ସାକ୍ଷୀ ଓ ଘଟଣା ବେଳେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ ଏନଏଚଆରସି ଟିମ ପଚରାଉଚରା କରିପାରେ ବୋଲି ଜଣାପଡ଼ିଛି ।






