ଅନୁଗୋଳ ଜିଲା ହଣ୍ଡପା ଥାନା କରଡ଼ାବଣିସାହି ନିକଟ ଜଙ୍ଗଲରେ ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ପଡ଼ି ସେହି ଅଞ୍ଚଳର ଜଣେ ଯୁବକଙ୍କ ସପ୍ତାହେ ତଳେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଛି।
ଏପରି କି ବାହା ଶିକାର ପାଇଁ ଏହି ବିଦ୍ୟୁତ୍ ଫାଶ ବସାଇଥିବା ଶିକାରୀମାନେ ଯୁବକଙ୍କ ମୃତଦେହକୁ ପୋତି ଦେଇଥୁବା ପରିବାର ପକ୍ଷରୁ ଅଭିଯୋଗରେ ଉଲ୍ଲେଖ କରାଯାଇଛି ହଣ୍ଡପା ଆଇଆଇସି ରାଜେଶ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛନ୍ତି। ସୂଚନା ଅନୁଯାୟୀ, ଗତ ୨୧ ତାରିଖରୁ ଯୁବକ ଜଣକ ନିଖୋଜ ରହିଛନ୍ତି।
ତେଣୁ ଉକ୍ତ ରାତିରେ କେତେଜଣ ଶିକାରୀ କରଡ଼ାବଣିସାହି ନିକଟ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ୧୧ କେଭି ବିଦ୍ୟୁତ୍ ତାରରୁ ହୁକ ପକାଇଥିବାବେଳେ ତାହା ସଂସ୍ପର୍ଶରେ ଆସି ସମ୍ପୃକ୍ତ ଯୁବକ ପ୍ରାଣ ହରାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ଏହାପରେ ଜଳି ଯାଇଥିବା ଯୁବକଙ୍କୁ ଶିକାରୀମାନେ ଜଙ୍ଗଲରେ ପୋତିଦେଇଥିବା ସମ୍ପୃକ୍ତ ଯୁବକଙ୍କ ପରିବାର ସନ୍ଦେହ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ସୋମବାର ଉକ୍ତ ଜଙ୍ଗଲରେ ନିଖୋଜ ଯୁବକଙ୍କ ଚପଲ ପଢ଼ିଥିବା ସହ ଏକ
ସ୍ଥାନରେ ପୋଡିଯାଇଥୁବା ଦେଖିବା ପରେ ଯୁବକଙ୍କ ପରିବାର ଲୋକେ ଥାନାର ଦ୍ବାରସ୍ତ ହୋଇଛନ୍ତି।
ଏ ସମ୍ପର୍କରେ ଆଇଆଇସି ଶତପଥୀ କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି। କିଶୋରନଗର ତହସିଲଦାର ରଞ୍ଜନ କୁମାର ସାହୁଙ୍କ ଉପସ୍ଥିତିରେ ଜଙ୍ଗଲର ଏକ ସ୍ଥାନକୁ ସନ୍ଦେହରେ ଖୋଳାଯାଏ!
ଅନୁଗୋଳ ରୁ ଶ୍ୟାମଘନ ନାୟକ ଙ୍କ ରିପୋର୍ଟ ଆପଣ ଙ୍କ ଖବର






