ପାଲଲହଡ଼ା ବ୍ଲକ୍ ପରଛଟ ପଞ୍ଚାୟତ ଅଧିନସ୍ଥ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ କଣ୍ଟିଆପଶି ର ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ଭାରପ୍ରପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବବିତା ଘଟୁଆରୀ ମୁଖ୍ୟ ଅତିଥି, ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଦେବରାଜ ଘଟୁଆରି, ଶିକ୍ଷାବିତ୍ ଶିବ ପ୍ରସାଦ ପ୍ରଧାନ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଓ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ ମହାନ୍ତି ମଞ୍ଚରେ ଉପବେଶନ କରିଥିଲେ ।
ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମ୍ବାଦିକ, ପୂର୍ବତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ସମସ୍ତ ଆମନ୍ତ୍ରିତ ଓ ନିମନ୍ତ୍ରିତ ଅତିଥିଗଣ ସଭାରେ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ସ୍ମୃତି ଚରଣ କରିଥିଲେ ।

ପୂର୍ବତନ ଶିକ୍ଷକ ନିଜ ଅନୁଭୂତି ବଖାଣି ଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ବିଦ୍ୟାଳୟ ର ଶିକ୍ଷକ ଅଭାବକୁ ପୂରଣ କରିବା ପାଇଁ ଓ ପିଲାଙ୍କ ହିତ ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ କୁ ଆସି ଶିକ୍ଷାଦାନ କରିବା ପାଇଁ ଅନୁରୋଧ କରିଥିଲେ।
ଶିକ୍ଷକ ରାମନାଥ ରାଉଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ଦେବେନ୍ଦ୍ର ଗଡ଼ନାୟକ ଧନ୍ୟବାଦ୍ ଦେଇଥିଲେ ।କିରାଣୀ ଦେବେନ୍ଦ୍ର ସାହୁ ମାନପତ୍ର ପଠନ ଓ ପ୍ରଦାନ କରିଥିଲେ ।ଶେଷରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ମହାନ୍ତି ଙ୍କ ନିଜ ବାସସ୍ଥାନ ସିପୁର ଗାଁ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ପାଛୋଟିଦେଇ ଆସିଥିଲେ ।
ଅନୁଗୋଳ ରୁ ଶ୍ୟାମଘନ ନାୟକ ଙ୍କ ରିପୋର୍ଟ ଆପଣ ଖବର






