AK ପଣା ଯାତ୍ରା ପାଇଁ ଚିଲିକାରେ ବିପଦ ଜନକ ଜଳ ଯାତ୍ରା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ମୁଖ୍ୟ ପର୍ବ ପଣାଯାତ୍ରା ଚାଲିଛି । ସେଥିପାଇଁ ଚିଲିକାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଏଭଳି ସମୟରେ ଚିଲିକାରେ କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳିଛି । ବାରମ୍ବାର ଚେତାବନୀ ସତ୍ବେ ବି ଡଙ୍ଗାରେ ବିପଦ୍ଜନକ ଭାବେ ଲୋକ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ବାରମ୍ବାର ଚେତାବନୀ ସତ୍ବେ ବି ଡଙ୍ଗାରେ ବିପଦ୍ଜନକ ଭାବେ ଲୋକ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଶହଶହ ସଂଖ୍ୟାରେ ବାଇକ, କାର, ମଣିଷ ସବୁ ଚିଲିକା ମୁହାଁ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏଠି ଲୋକେ ପଣାଯାତ୍ରା ପାଇଁ ଗହଳି ଲଗାଇଛନ୍ତି । ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଯିବା ଆସିବା କରିବାପାଇଁ ଏକମାତ୍ର ଭରସା ହେଉଛି ଚିଲିକା । ତେଣୁ ଏଠାରେ ପ୍ରତିଦିନ ଶହଶହ ଡଙ୍ଗା ଯିବାଆସିବା କରିଥାଏ ।

ଯାତ୍ରା ପାଇଁ ଗହଳି ଏତେ ବଢ଼ିଯାଇଛି ଯେ, ଘାଟରେ ଠିଆ ହେବାପାଇଁ ଆଉ ଜାଗା ନାହିଁ । କ୍ଷମତା ଠାରୁ ଯଥେଷ୍ଟ ଅଧିକ ଯାତ୍ରୀ, ବାଇକ ବୋଝେଇ ହୋଇ ଯାଉଛନ୍ତି ଡଙ୍ଗା । ସବୁଠୁ ବଡ଼ କଥା ହେଉଛି କାହା ପାଖରେ ବି ଲାଇଫ ଜାକେଟ ନାହିଁ । କେବଳ ଲୋକ ଦେଖାଣିଆ ପାଇଁ କଟକଣା ଲାଗୁ ହୋଇଛି । କିନ୍ତୁ କିଏ ମାନୁଛି ତାହାର ଉତ୍ତର କାହା ପାଖରେ ନାହିଁ । ଏମିତି ଲାଗୁଛି ଅଘଟଣ ଘଟିବା ପରେ ଆମେ ଦାୟିତ୍ବ ନିଭାଇବୁ ବୋଲି ଜଗି ବସିଛି ପ୍ରଶାସନ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ଏଭଳି ଗହଳି ସ୍ଥାନରେ ଘାଟ ନିକଟରେ ଅଗ୍ନିଶମ ବାହିନୀର ଏକ ଟିମ ରହିବା କଥା କିନ୍ତୁ କେହି ବି ଏଠି ଦେଖା ଯାଉନାହାନ୍ତି । ପଣାଯାତ୍ରା ପାଇଁ ଉତ୍ସାହ ରହିବା ସ୍ବାଭାବିକ କଥା କିନ୍ତୁ ଶହଶହ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବାର ଅଧିକାର ପ୍ରଶାସନ ଆଉ ଡଙ୍ଗା ଚାଳକଙ୍କୁ କିଏ ଦେଇଛି ?






