ଏ.କେ ବ୍ୟୁରୋ : ବିବାହିତ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ଗାଁ ର ଜଣେ ୧୩ ବୟସର ନାବାଳିକା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ନା ହତ୍ୟା ତାହା ଜଣା ପଡି ନଥିବା ବେଳେ ବନ୍ଧୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବିବାହିତ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ଗାଁ ର ଜଣେ ୧୩ ବୟସର ନାବାଳିକା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ନା ହତ୍ୟା ତାହା ଜଣା ପଡି ନଥିବା ବେଳେ ବନ୍ଧୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୁଚନା ଅନୁଯାୟୀ ଗତବର୍ଷ ଗାଁର ଜଣେ ବିବାହିତ ପୁରୁଷ ସେହି ଗାଁ ର ଜଣେ ୧୩ ବର୍ଷୀୟା ନାବାଳିକା କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ ।ବିବାହ ସମୟରେ ପ୍ରଶାସନ ତରଫରୁ ସିଡିପିଓ ଗାଁ ରେ ପହଂଚି ବିବାହ କୁ ରୋକିବା ସହ ଝିଅକୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ବାହା ହୋଇ ପାରିବେ ନାହିଁ ବୋଲି ତାଗିଦ କରିଥିଲେ । ପରବର୍ତୀ ମୁହୂର୍ତ୍ତରେ କିନ୍ତୁ ସେହି ବିବାହିତ ପୁରୁଷ ନାବାଳିକା କୁ ନେଇଁ ଅନ୍ୟତ୍ର ରହୁଥିଲେ। ଗତକାଲି ଉଭୟଙ୍କ ମଧ୍ୟ ରେ ପାରିବାରିକ କଳହ ପରେ ନାବାଳିକା ଝିଅ ର ମୃତ୍ୟୁ ହୋଇଥିଲା । ପୁଅ ଘର ଲୋକେ ତରବରିଆ ଭାବେ ନାବାଳିକାର ଶବ କୁ ସ୍ମଶାନ ରେ ପୋଡି ଦେଉଥିବା ବେଳେ ବନ୍ଧୁଗାଁ ପୋଲିସ ଖବର ପାଇ ସ୍ମଶାନ ରେ ପହଂଚିବା ଦେଖି ଛତ୍ର ଭଙ୍ଗ ଦେଇଥିଲେ ଗ୍ରାମବାସୀ । ବର୍ତ୍ତମାନ ସେହି ଗାଁ ର ପୁରୁଷ ମାନେ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ନାବାଳିକାର ପରିବାର ଲୋକେ ଝିଅ ର ମୃତ୍ୟୁ ର କାରଣ ବାହାର କରିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।






