ଏ.କେ ବ୍ୟୁରୋ : ପବିତ୍ର ମହରମ୍ ପର୍ବ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଖୋର୍ଦ୍ଧା ପୁଲିସ ପକ୍ଷରୁ ଖୋର୍ଦ୍ଧା ଓ ବାଣପୁର ସବଡିଭିଜନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ନେଇ ଏହି ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା.

ଏହି ଅବସରରେ ପୁଲିସ କର୍ମଚାରୀମାନେ ସ୍ଥାନୀୟ ବାସିନ୍ଦା, ଶାନ୍ତି କମିଟି ସଦସ୍ୟ ଓ କମ୍ୟୁନିଟି ନେତାଙ୍କ ସହ ଆଲୋଚନା କରି କିଭଳି ଉକ୍ତ ପର୍ବ ସମୟରେ ଶାନ୍ତି ବଜାୟ ରହିବ , ସାମ୍ପ୍ରଦାୟିକ ସଦଭାବ ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ ପାଇଁ ପୁଲିସ ପକ୍ଷରୁ ନିବେଦନ କରାଯାଇଥିଲା . ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସବଡିଭିଜନର ବାଣପୁର ସମ୍ବେଦନଶୀଳ ଅଞ୍ଚଳ ଓ ସ୍ଥାନୀୟ ବାସିନ୍ଦା ଓ ଶାନ୍ତି କମିଟିଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ. ଏହି ଫ୍ଲାଗ ମାର୍ଚ୍ଚରେ ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡ଼ା ଏବଂ ବାଲୁଗାଁ ଏସଡିପିଓ ଙ୍କ ସହ ପୁଲିସ ଫୋର୍ସ ମୁତୟନ ହୋଇ ଫ୍ଲାଗ ମାର୍ଚ୍ଚ କରିଥିଲେ. ଖୋର୍ଦ୍ଧାରୁ ସଂଗ୍ରାମ ରଣା ଙ୍କ ରିପୋର୍ଟ ଆପଣଙ୍କ ଖବର






